Advertisment

ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ରାଜୁ କିଛି ବୁଝିବା ଆଗରୁ ବାରମ୍ବାର ମାରଣା ଅସ୍ତ୍ରରେ ଚୋଟ ପରେ ଚୋଟ ମାରିଚାଲିଥିଲେ। ଆଉ କିଛି ସମୟ ମଧ୍ୟରେ ଗଞ୍ଜୁଡ଼ିହି ଗାଁ ଦାଣ୍ଡରେ ଟଲି ପଡ଼ିଥିଲେ ରାଜୁ

author-image
Biswajit Samal
Murder

Murder

ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଅଭିଯୋଗ। ମୃତକଙ୍କ ନାଁ ହେଉଛି ରାଜୁ ବାଗ (୪୨)। ତାଙ୍କ ଘର ଖମାରଡ଼ିହି ଗାଁରେ। ହତ୍ୟା ପରେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତର ପରିଚୟ ଜଣାପଡ଼ି ନାହିଁ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Advertisment

ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନାର ଗଞ୍ଜୁଡ଼ିହି ଗାଁରେ। ଆଜି ସକାଳେ ରାଜୁ ଓ ତାଙ୍କ ସ୍ତ୍ରୀ ଗଞ୍ଜୁଡ଼ିହି ଗାଁକୁ କୌଣସି କାମରେ ଯାଉଥିଲେ। ରାସ୍ତାରେ ଯିବା ବେଳେ ଗଞ୍ଜୁଡ଼ିହି ଗାଁର ଜଣେ ବ୍ୟକ୍ତି ରାଜୁଙ୍କୁ ଦେଖି ରକ୍ତ ମୁଖା ହୋଇଯାଇଥିଲେ। କିଛି ସମୟ ମଧ୍ୟରେ ମନବିକତା ହରାଇ ହୋଇଯାଇଥିଲେ ନରହନ୍ତା ରାକ୍ଷାସ।

ବ୍ୟକ୍ତି ଜଣଙ୍କ ହାତରେ ଗୋଟିଏ ଟଙ୍ଗିଆ ଧରି ରାଜୁଙ୍କୁ ଗୋଡ଼ାଇ ଗୋଡ଼ାଇ ଗାଁ ଦାଣ୍ଡରେ ହାଣି ଥିଲେ। ରାଜୁ କିଛି ବୁଝିବା ଆଗରୁ ବାରମ୍ବାର ମାରଣା ଅସ୍ତ୍ରରେ ଚୋଟ ପରେ ଚୋଟ ମାରିଚାଲିଥିଲେ। ଆଉ କିଛି ସମୟ ମଧ୍ୟରେ ଗଞ୍ଜୁଡ଼ିହି ଗାଁ ଦାଣ୍ଡରେ ଟଲି ପଡ଼ିଥିଲେ ରାଜୁ। ଘଟଣା ସ୍ଥଳରରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Advertisment

ଏନେଇ ଖବର ପାଇଁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଯବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ଅନୁମାନ କରୁଛି। ତେବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

Murder