Advertisment

ରାତିରେ ସାଙ୍ଗ ହୋଇ ଭୋଜିକଲେ: ସକାଳେ ଜଣେ ମୃତ, ଜଣେ ଗୁରୁତର

୨ଜଣ ଯୁବକଙ୍କୁ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜଣଙ୍କ ମୃତ ଘୋଷଣା କରିଥିଲେ।

author-image
Biswajit Samal
Death

Death

ଭଡ଼ା ଘରେ କିଛି ଯୁବକ ସାଙ୍ଗ ହୋଇ ଭୋଜି କରୁଥିଲେ। ହେଲେ ହଠାତ ଖବର ଆସିଲା ଜଣଙ୍କ ସନ୍ଧେହ ଜନଙ୍କ ମୃତ୍ୟୁ ଆଉ ଜଣେ ଗୁରୁତର। ମୃତକ ଜଣକ ହେଉଛନ୍ତି ଜଗା ପାହାନ। ତାଙ୍କ ଘର ହେଉଛି ତୋଟାଗାଁରେ। ଗୁରୁତର ଯୁବକ ଜଣକ ନାଁ ହେଉଛି ସମୀର ପ୍ରଧାନ। ତାଙ୍କ ଘର ଚଣ୍ଡିପିଠ ଗ୍ରାମର ବୋଲି ଜଣା ପଡ଼ିଛି।

Advertisment

ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ସିଙ୍ଗିଡ଼ାପଲ୍ଲୀ ଗାଁରେ। ମଙ୍ଗଳବାର (ଗତକାଲି) ରାତିରେ ଏକ ଭଡ଼ା ଘରେ କିଛି ଯୁବକ ସାଙ୍ଗ ହୋଇ ବୋଜି କରୁଥିଲେ। ହେଲେ ହଠାତ ୨ଜଣ ଯୁବକଙ୍କୁ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜଣଙ୍କ ମୃତ ଘୋଷଣା କରିଥିଲେ। ଅନ୍ୟଜଣଙ୍କ ଅବସ୍ଥା ସଙ୍କାଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଚାଲିଛି।

ଏନେଇ ଖବର ପାଇ ଖଲ୍ଲିକୋଟ ପୁଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ମୃତ୍ୟୁର କାରଣ ଜଣା ପଡ଼ିନାହିଁ।

Advertisment
Death