Advertisment

ଦିବ୍ୟାଙ୍ଗଙ୍କ ଠାରୁ ୩୦ ହଜାର ଟଙ୍କା ନେଇଗଲେ ଦୁର୍ବୃତ୍ତ

ଦିବ୍ୟାଙ୍ଗଙ୍କୁ ରାସ୍ତାରେ ଅଟକାଇ ଗାଡ଼ି ଡିକି ଭାଙ୍ଗି ଟଙ୍କା ଲୁଟ

author-image
Biswajit Samal
ଅଦ୍ୟତନ ହୋଇଛି
Attack

Attack

ଦିବ୍ୟାଙ୍ଗଙ୍କୁ ରାସ୍ତାରେ ଅଟକାଇ ଗାଡ଼ି ଡିକି ଭାଙ୍ଗି ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ପାଖରେ ଥିବା ଦିବ୍ୟାଙ୍ଗଙ୍କ ଭାଇ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର କଶିଆ ସାମୁଦ୍ରିକ ଥାନା ଚାନ୍ଦିମାଳ ଛକ ନିକଟରେ।

Advertisment

ସୂଚନା ଅନୂସାରେ ଚାନ୍ଦିମାଳ ଠାରେ ବିକାଳାଙ୍ଗ ମଞ୍ଚ ପକ୍ଷରୁ ଏକ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ରହିଛି। ସେଇ ଶିକ୍ଷା କେନ୍ଦ୍ରରେ ଶନିବାର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଥିଲା। ଉତ୍ସବରେ ଯୋଗ ଦେବାକୁ କିଛି ଦିବ୍ୟାଙ୍ଗ ଯାଇଥିଲେ। ଦୁଇ ଜଣ ଦିବ୍ୟାଙ୍ଗ ଓ ତାଙ୍କ ଭାଇ ରାତି ପ୍ରାୟ ୧୦ ଘଟିକା ସମୟରେ ଚାନ୍ଦିମାଳ ଛକରୁ ଜଳଖିଆ ଖାଇ ଫେରିବା ବେଳେ ତାଙ୍କୁ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥି ସହିତ ଦୀପକ ମଳିକ (ଦୄଷ୍ଟିହୀନ)ଙ୍କୁ ଅଟକାଇ ବାର୍ଷିକ ଉତ୍ସବ ପାଇଁ ଆଣିଥିବା ୩୦ ହଜାର ଟଙ୍କା ମାଗିବା ସହ ଡିକି ଭାଙ୍ଗି ଟଙ୍କା ଲୁଟ୍‌ କରି ନେଇଥିଲେ।

ଦୀପକଙ୍କ ସାଙ୍ଗରେ ଥିବା ଭାଇ ସୂର୍ଯ୍ୟକାନ୍ତ ମଳିକ ପ୍ରତିବାଦ କରିବାରୁ ତାଙ୍କୁ ଲୁହା ରଡ଼ରେ ଆକ୍ରମଣ କରିଥିଲେ ଦୁର୍ବୁତ୍ତ ମାନେ। ଏଥି ସହିତ ଗୁଆଗଡ଼ିଆ ଅଞ୍ଚଳରେ ଆଉ ଜଣେ ଦିବ୍ୟାଙ୍ଗ କୄପାସିନ୍ଧୁ ବେହେରାଙ୍କୁ ମଧ୍ୟ ମାଡ଼ମାରି ଟଙ୍କା ଏବଂ ସ୍ମାର୍ଟ ୱାଚ ନେଇ ଚମ୍ପଟ୍ ମାରିଥିଲେ ଦୁର୍ବୁତ୍ତ। ମୋଟ ୫ଜଣ ଦୁର୍ବୁତ୍ତ ଥିବା ବେଳେ ୩ଜଣ ଦୁର୍ବୃତ୍ତଙ୍କୁ କୄପାସିନ୍ଧୁ ବେହେରା ଚିହ୍ନିଥିବା କହିଛନ୍ତି।

Advertisment

ଏନେଇ କୃପାସିନ୍ଧୁ କଶିଆ ସାମୁଦ୍ରିକ ଥାନକୁ ଯୋଗାକରିଥିଲେ। ଘଟଣାସ୍ଥଳରେ କଶିଆ ସାମୁଦ୍ରିକ ଥାନା ପୁଲିସ ପହଞ୍ଚି ପ୍ରାଥମିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ଏକ ମାମଲା ରୁଜ୍ଜୁ କରି ତନ୍ଦନ୍ତ ଚଳାଇଥିବା କହିଛନ୍ତି କଶିଆ ସାମୂଦ୍ରିକ ଥାନା ଅଧିକାରିଣୀ ସାବିତ୍ରୀ ପଣ୍ତା।

ରିପୋର୍ଟ – ବାସୁଦେବପୁରରୁ ସୂର୍ଯ୍ୟଦେବ ବିଶ୍ୱାଳ

Terror Attack Loot