Advertisment

ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧିଲେ, ଶୋ’ ରୁମ୍‌ ଲୁଟିଲେ

ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧି ଲୁଟ କରିଛନ୍ତି ୩ ମୁଖାପିନ୍ଧା ଦୁର୍ବୃତ୍ତ। ବିଳମ୍ବିତ ରାତିରେ ଏହି ଡକାୟତି ହୋଇଛି।

author-image
Madhupriya Mistry
Loot In Car Show Room

Loot In Car Show Room

ରାଉରକେଲା ବେଦବ୍ୟାସ ଅଞ୍ଚଳର ଥିବା ଏକ କାର୍ ଶୋ' ରୁମରୁ ହୋଇଛି ସଶସ୍ତ୍ର ଡକାୟତି। ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧି ଲୁଟ କରିଛନ୍ତି ୩ ମୁଖାପିନ୍ଧା ଦୁର୍ବୃତ୍ତ। ବିଳମ୍ବିତ ରାତିରେ ଏହି ଡକାୟତି ହୋଇଛି।

Advertisment

ତିନି ଜଣ ଦୁର୍ବୃତ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଧମକ ଚମକ ଦେବା ସହ ହାତଗୋଡ଼ ବାନ୍ଧି ଦେଇଥିଲେ। ଏହାପରେ ଶୋ' ରୁମରେ ଥିବା କ୍ୟାସ୍ ବକ୍ସକୁ ଲୁଟି ନେଇଛନ୍ତି ଡକାୟତ। ଏନେଇ ଶୋ ରୁମ୍‌ ମାଲିକ ଅଭିଯୋଗ କରିଛନ୍ତି। କ୍ୟାସ୍ ବକ୍ସରେ ଲକ୍ଷାଧିକ ଟଙ୍କା ଥିବା କୁହାଯାଉଛି। କେବଳ ସେତିକି ନୁହେଁ କ୍ୟାସ୍‌ ବାକ୍ସରେ ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ସହ କ୍ରେଡିଟ୍‌ କାର୍ଡ ମଧ୍ୟ ଥିବା ଶୋ’ ରୁମ୍‌ ମାଲିକ କହିଛନ୍ତି।

ଅଭିଯୋଗ ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଲୁଟ ବେଳର ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି। 

Advertisment
Loot Rourkela