Advertisment

ଘରେ ଚୋରି କରିବାକୁ ପଶିଥିଲା ଚୋର, କିଛି ନମିଳିବାରୁ ମହିଳାଙ୍କୁ...

ଚୋରି କରିବାକୁ କୌଣସି ମୂଲ୍ୟବାନ ସାମଗ୍ରୀ ନପାଇବାରୁ ଘରେ ଥିବା ମହିଳାଙ୍କୁ ଚୁମ୍ବନ ଦେଇ ପଳାଇଲା ଚୋର। ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଚୋରକୁ ଧରିଛି ପୁଲିସ।

Thief

Thief

Advertisment

ମୁମ୍ବାଇରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଚୋରି କରିବାକୁ ଘରେ ପସିଥିବା ଚୋର କୌଣସି ମୂଲ୍ୟବାନ ସାମଗ୍ରୀ ନପାଇବାରୁ ଘରେ ଥିବା ମହିଳାଙ୍କୁ ଚୁମ୍ବନ ଦେଇ ପଳାଇଲା। ଏଭଳି ଘଟଣା ମୁମ୍ବାଇର ଉପାନ୍ତ ମାଲାଦ ଅଞ୍ଚଳରେ ଘଟିଛି। କୁରାର ଥାନାରେ ମହିଳା ଜଣକ ଅଭିଯୋଗ କରିବା ପରେ ଅଭିଯୁକ୍ତ ଚୋରକୁ ଧରିଛି ପୁଲିସ।

Advertisment

୩୮ ବର୍ଷୀୟା ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଜାନୁଆରୀ ୩ ତାରିଖ ଦିନ ସେ ଘରେ ଏକା ଥିଲା। ଏହି ସମୟରେ ଚୋର ଜଣକ ଘରେ ପଶି କବାଟ ବନ୍ଦ କରିଦେଇଥିଲା। ଏହାପରେ ଅଭିଯୁକ୍ତ ଜୋର ଜବରଦସ୍ତି ମହିଳାଙ୍କ ମୁହଁ ବନ୍ଦ କରିଦେଇଥିଲା, ଯେପରି ସେ ସାହାଯ୍ୟ ପାଇଁ କାହାକୁ ଡାକି ପାରିବେ ନାହିଁ। ଏହାପରେ ଘରେ ଥିବା ସମସ୍ତ ମୂଲ୍ୟବାନ ସାମଗ୍ରୀ, ଟଙ୍କା, ମୋବାଇଲ, ଏଟିଏମ୍ କାର୍ଡ ଆଦି ଦେବାକୁ କହିଥିଲା। ହେଲେ ଯେତେବେଳେ ମହିଳା ଜଣକ କହିଥିଲେ ଯେ ତାଙ୍କ ଘରେ ସେପରି କିଛି ସାମଗ୍ରୀ ନାହିଁ, ଅଭିଯୁକ୍ତ ମହିଳାଙ୍କୁ ଚୁମ୍ବନ ଦେଇ ପଳାଇଥିଲା।

ଏହାପରେ ମହିଳା ସ୍ଥାନୀୟ କୁରାର ଥାନାକୁ ଯାଇ ପୁଲିସ ଆଗରେ ସବୁକଥା କହିବା ସହ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତ ପରେ ସେହି ସ୍ଥାନୀୟ ଅଞ୍ଚଳର ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଛି ପୁଲିସ। ତେବେ ଅଭିଯୁକ୍ତ ବିରୋଧରେ ସେପରି ପୂର୍ବରୁ କିଛି ମାମଲା ନଥିବା କହିଛି ପୁଲିସ। ସେ ତା' ପରିବାର ସହ ରହୁଥିବାବେଳେ ଏବେ ବେକାର ହୋଇ ଘରେ ବସିଛି। କୌଣସି ରୋଜଗାର ନଥିବାରୁ ଏଭଳି ଚୋରି ଯୋଜନା କରିଥିଲା ଅଭିଯୁକ୍ତ।  

Advertisment
Thief In Mumbai Thief Steals A Kiss Thief Kisses Woman
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe