Advertisment

ଚୋରି କରି ପ୍ରତିଶ୍ରୁତି ଦେଲା ଚୋର, ଯାହା ନେଇଛି ମାସେ ପରେ ସବୁ ଫେରାଇ ଦେବି

ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ନଗଦ 60 ହଜାର ଟଙ୍କା ସମେତ ସୁନା-ରୁପା ଚୋରି ହୋଇଥିବା ଅଭିଯୋଗ ହୋଇଛି।

Godrej

Godrej

Advertisment

ଜଣେ ଚୋର ଚୋରି କରିବା ପରେ ଚିଠି ଲେଖି କ୍ଷମା ପ୍ରାର୍ଥନା କରିଛି। ଏଥିସହ ଗୋଟେ ମାସ ପରେ ସମସ୍ତ ଚୋରି ଜିନିଷ ଫେରାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ଏପରି ଏକ ଘଟଣା ଘଟିଛି ତାମିଲନାଡ଼ୁର ମେଗନାପୁରମରେ।

Advertisment

ସୂଚନା ଅନୁସାରେ, ଜଣେ ଅବସରପ୍ରାପ୍ତ ଶିକ୍ଷକ ଦମ୍ପତିଙ୍କ ଘରୁ ଏହି ଚୋରି ହୋଇଥିଲା। ଦମ୍ପତି ଘରେ ଜଣେ ଗୃହକର୍ମୀଙ୍କୁ ଦାୟିତ୍ୱ ଦେଇ ପୁଅ ପାଖକୁ ବୁଲିବାକୁ ଯାଇଥିଲେ। ଗୃହକର୍ମୀ ଜଣକ ସବୁବେଳେ ଆସି ଘର ଦେଖାଚାଁ କରି ଚାଲି ଯାଆନ୍ତି। କିନ୍ତୁ ଜୁନ୍ 26ରେ ସେ ଯେତେବେଳେ ଘର କବାଟ ଖୋଲା ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ଏନେଇ ସେ ଘର ମାଲିକଙ୍କୁ ଜଣାଇଥିଲେ। ଶିକ୍ଷକ ଦମ୍ପତି ତୁରନ୍ତ ଆସି ଘରେ ପହଞ୍ଚି ଦେଖନ୍ତି ତ, ଅଲମାରିରୁ 60 ହଜାର ନଗଦ ଟଙ୍କା ସମେତ 12 ଗ୍ରାମର ସୁନା ଅଳଙ୍କାର ଓ ଗୋଟିଏ ରୁପାର ପାଉଁଜୀ ଚୋରି ହୋଇଯାଇଛି। 

Advertisment

ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘରେ ଖୋଜାଖୋଜି କରିବା ସମୟରେ ଏକ ଚିଠି ପାଇଥିଲା, ଯେଉଁଥିରେ ଚୋର ନିଜର ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଥିବା ଲେଖାଥିଲା।

ଚିଠିରେ ଲେଖା ଯାଇଛି, "ମୋତେ କ୍ଷମା କରିଦେବେ। ମୋ ପରିବାରର କେହି ଅସୁସ୍ଥ ଥିବାରୁ ମୁଁ ଏହି ଚୋରି କରୁଛି। କିନ୍ତୁ ମୁଁ କଥା ଦେଉଛି, ଗୋଟିଏ ମାସ ମଧ୍ୟରେ ନିଶ୍ଚୟ ସବୁ ଜିନିଷ ଫେରାଇ ଦେବି।"

ପୁଲିସ ଚିଠିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଗତ ବର୍ଷ ମଧ୍ୟ କେରଳରେ ଏଭଳି ସମାନ ଘଟଣା ଘଟିଥିଲା। ଜଣେ ବ୍ୟକ୍ତି ଏକ ତିନି ବର୍ଷର ଶିଶୁଠାରୁ ସୁନା ହାର ଚୋରି କରିନେବା ପରେ ଏହାକୁ ବିକ୍ରି କରି ଟଙ୍କା ଫେରାଇଥିଲା। ଏଥିସହ ଚୋରି ପାଇଁ ମଧ୍ୟ କ୍ଷମା ପ୍ରାର୍ଥନା କରିଥିଲା। 

Letter ଚିଠି
Thief News Tamilnadu News Gold Thief
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe