Advertisment

ଆଗ ପ୍ରାୟଶ୍ଚିତ, ତା’ପରେ ପାପ! ପୂଜା କଲେ, ୧୦ ଟଙ୍କା ଦାନ କଲେ, ହୁଣ୍ଡି ଭାଙ୍ଗି ଟଙ୍କା ନେଇଗଲେ

ହୁଣ୍ଡିରେ ପ୍ରାୟ ୫ ହଜାର ଟଙ୍କା ଥିଲା ବୋଲି କୁହାଯାଉଛି। ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

author-image
Jitendra Garnayak
Temple

Temple

ହରିୟାଣାର ରେୱାଡି ଜିଲ୍ଲାର ଧାରୁହେଡ଼ା ସ୍ଥିତ ଏକ ହନୁମାନ ମନ୍ଦିରରୁ ଚୋରି ହୋଇଛି। ଚୋର ହୁଣ୍ଡି ଭାଙ୍ଗି ଟଙ୍କା ନେଇଯାଇଛି। ଆଉ ଏ ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ତେବେ ସିସିଟିଭିରେ ଥିବା ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

Advertisment

ସିସିଟିଭିରେ ଦେଖିବାକୁ ମିଳିଛି, ପ୍ରଥମେ ଚୋର ମନ୍ଦିରର ଗର୍ଭଗୃହ ଭିତରକୁ ଗଲା। ସେଠାରେ ମୁଣ୍ଡିଆ ମାରି ଠାକୁରଙ୍କୁ ପୂଜା କଲା। ପ୍ରାୟ ୧୦ ମିନିଟ୍ ଧରି ହନୁମାନ ଚାଳିଶା ପାଠ କଲା। ତା’ପରେ ପୂଜକଙ୍କ ଉପସ୍ଥିତିରେ ହନୁମାନଙ୍କ ପାଦ ତଳେ ୧୦ ଟଙ୍କିଆ ନୋଟ୍‌ଟିଏ ରଖିଲା। ତେବେ ତାଙ୍କ ନଜର ଥାଏ ଗର୍ଭଗୃହ ନିକଟରେ ଥିବା ହୁଣ୍ଡି ଉପରେ।

ପୂଜାର୍ଚ୍ଚନା ଶେଷ ହେବା ପରେ ସେ ସୁଯୋଗ ଅପେକ୍ଷାରେ ରହିଲା। ଯେତେବେଳେ ଦେଖିଲା ଗର୍ଭଗୃହ ଆଖପାଖରେ ପୂଜକ ବା ଅନ୍ୟ କେହି ନାହାନ୍ତି, ସେ କୌଶଳ କରି ହୁଣ୍ଡିରେ ପଡ଼ିଥିବା ତାଲା ଭାଙ୍ଗି ଦେଲା ଓ ସେଥିରେ ଥିବା ପ୍ରାୟ ଟଙ୍କା ନେଇ ପଳାଇଲା। ଏ ସଂପର୍କରେ କେହି ଟେର୍ ପାଇ ନଥିଲେ।

Advertisment

ମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି ହୋଇଥିବା ନେଇ ପୂଜକ ମଧ୍ୟ ଜାଣିପାରି ନଥିଲେ। ସେ ରାତିରେ ମନ୍ଦିରରେ ତାଲା ପକାଇ ଘରକୁ ପଳାଇଥିଲେ। ତା’ପର ଦିନ ସକାଳେ ଯେତେବେଳେ ସେ ଆସିଲେ ହୁଣ୍ଡିରୁ ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ହୁଣ୍ଡିରେ ପ୍ରାୟ ୫ ହଜାର ଟଙ୍କା ଥିଲା ବୋଲି କୁହାଯାଉଛି। 

ଏହା ପରେ ପୁଲିସକୁ ଖବର ଦିଆଗଲା। ପୁଲିସ ଆସି ଘଟଣାସ୍ଥଳ ଯାଞ୍ଚ କରିବା ସହିତ ମନ୍ଦିରରେ ଥିବା ସିସିଟିଭି ଦେଖିଥିଲା। ସିସିଟିଭି ଦେଖିବା ପରେ ସତ କଥା ସାମ୍ନାକୁ ଆସିଥିଲା। ପୁଲିସ୍ ଏକ ମାମଲା ରୁଜୁ କରି ଉକ୍ତ ଚୋରକୁ ଖୋଜୁଛି।

Loot Lootera