Advertisment

କୁକୁରକୁ ନିଶା ଦେଇ ଘରେ ଵୁଲେଇଲେ କଳା କନା

ଗାଁରେ ରହୁଥିବା ରଞ୍ଜିତ ନାୟକଙ୍କ ଘରେ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି।

author-image
Hemant Lenka
Thief

Thief

ବିଳମ୍ବିତ ରାତିରେ ଘରେ କଳାକନା ବୁଲେଇ ଦେଲେ ଚୋର। ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର ସହ ନଗଦ ଟଙ୍କା ନେଇ ଯାଇଛନ୍ତି ଲୁଟେରା। ଘରକୁ କୁକୁର ଜଗିଥିଲେ ହେଁ ଚୋରମାନେ ତାକୁ ନିଶା ଦେଇ ଏପରି କାଣ୍ଡ ଭିଆଇଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନସ୍ଥ ଉତୁକୁଡା ପଞ୍ଚାୟତ ଉତୁକୁଡା ଗାଁରେ ଦେଖିବାକୁ ମିଳିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଗାଁରେ ରହୁଥିବା ରଞ୍ଜିତ ନାୟକଙ୍କ ଘରେ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି।  ରଞ୍ଜିତ ଏବଂ ତାଙ୍କର ପରିବାର ଲୋକେ ଶୋଇବା ପରେ ଚୋରମାନେ ରଡ ମାଧ୍ୟମରେ ଘରର କବାଟ ତାଡ଼ି ଭିତକୁ ପଶି ଥିଲେ।

ରଞ୍ଜିତଙ୍କ ପୋଷା କୁକୁର ମଧ୍ୟ ଘରେ ରହିଥିଲା। ସେ ପୂର୍ବରୁ ଅଜଣା ଲୋକଙ୍କୁ ଦେଖିବା ମାତ୍ରେ ଭୋକି ଥାଏ। ହେଲେ ଚୋରମାନେ ବେଶ ଚତୁରତାର ସହ ତାକୁ ପ୍ରଥମେ ନିଶା ଦେଇ ସଂଜ୍ଞାହୀନ କରି ଦେଇଥିଲେ। ଆଜି ସକାଳୁ କୁକୁଟି ଚେତାଶୂନ୍ୟ ଅବସ୍ଥାରେ ପଡ଼ି ରହିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ।

Advertisment

ଚୋରି ସମୟରେ ପରିବାର ଲୋକ ନିଘୋଡ଼ ନିଦରେ ଶୋଇ ଯାଇଥିଲେ। ଏହାର ଫାଇଦା ଉଠାଇ ଚୋରମାନେ ଘରେ ଥିବା ବାକ୍ସକୁ ଟେକି ନେଇ ବାହାରକୁ ଚାଲି ଯାଇଥିଲେ। ଏହା ଭିତରେ କାନ ଫୁଲ , ଚୁଡ୍ ,ପଟି , ହାର, ମୁଦି ଅଳଙ୍କାର ସହିତ ମହିଳା ମଣ୍ଡଳରେ ଡିପୋଜିଟ୍ ହେବାକୁ ଥିବା ଟଙ୍କା, ଏଲଏଣ୍ଟଟିରୁ ରଞ୍ଜିତ ଆଣିଥିବା ଋଣ ବାବଦ ନଗଦ ୬୫ ହଜାର ଟଙ୍କା ଏଭଳି ଭାବେ ୩ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ରହିଥିଲା।

ଚୋରମାନେ ବାକ୍ସକୁ ଫିଙ୍ଗି ଏହା ମଧ୍ୟରୁ ସବୁ ଜିନିଷ ନେଇ ଯାଇଛନ୍ତି। ଏପରି କି ଘରର କିଛି ଲୁଗା ଓ ପ୍ୟାଣ୍ଟଶାର୍ଟ ମଧ୍ୟ ନେଇଯାଇଛନ୍ତି। ରଞ୍ଜିତ ରାଜମିସ୍ତ୍ରୀ ଭାବେ କାମ କରିଵା ସହିତ ଘର ପାଖରେ ଛୋଟ ଦୋକାନ କରି ପରିବାର ଚଳାଉଥିଲେ। ତାଙ୍କ ଆର୍ଥିକ ସ୍ଥିତି ସେତେ ଭଲ ନୁହେଁ। ତେଣୁ ଦୁଃଖି ପରିବାରକୁ ନ୍ୟାୟ ଦେବାକୁ ସରପଞ୍ଚ ଓ ଗ୍ରାମବାସୀ ଦାବି କରିଛନ୍ତି। ଏହି ଘଟଣାରେ ଚାନ୍ଦବାଲି ଥାନାରେ ଗୋଟିଏ ଲିଖିତ ଅଭିଯୋଗ ହୋଇଛି।

Odisha Crime Chandbali