Advertisment

ସୁନ୍ଦର କାନ୍ଥ କଲା ଚୋରକୁ ଆକର୍ଷଣ, ଚିତ୍ର ଆଙ୍କିବା ସମୟରେ ଧରିଲା ପୁଲିସ

ନିଜ ଜାଲରେ ଫସିଲା ଚୋର। ଚୋରି କରି ଫେରାର୍ ସମୟରେ ସୁନ୍ଦର କାନ୍ଥର ଆକର୍ଷଣରେ ଆକର୍ଷିତ ହୋଇ ପଡିଲା ଧରା। କେମିତି...? ଜାଣନ୍ତୁ...

ଅଦ୍ୟତନ ହୋଇଛି
Representational Image

Representational Image

Advertisment

କୁହାଯାଏ, ଚୋର ଯେତେ ଚାଲାକ୍ ହେଉନା କାହିଁକି କିଛି ନା କିଛି ପ୍ରମାଣ ଛାଡିକି ଯାଏ। କିନ୍ତୁ ଏପରି ଏକ ଚୋର ବାବଦରେ ମଧ୍ୟପ୍ରଦେଶ ପୁଲିସ ସୂଚନା ଦେଇଛି, ଯିଏ ପ୍ରମାଣ ଛାଡ଼ିଯିବା ସମୟରେ ହିଁ ଧରା ପଡ଼ିଛି। ଚୋରି କରିବା ପରେ ଘର କାନ୍ଥରେ କିଛି ଚିତ୍ର କରିବା ସହ ଅମିତାଭ୍ ବଚ୍ଚନଙ୍କ ଫିଲ୍ମ ଡାଏଲଗ୍ ଲେଖୁଥିବା ସମୟରେ ଧରାପଡ଼ିଛି ଏହି ଚୋର ଜଣକ। 

Advertisment

ପୁଲିସ ସୂଚନା ଅନୁସାରେ ରବିବାର(୩୦ ଜୁଲାଇ) ରାତିରେ ବିଜୟ ଯାଦବ ଏବଂ ସୋନୁ ଯାଦବ ଇନ୍ଦୋରର ଜୁନା ରିସାଲା ଅଞ୍ଚଳରେ ରହୁଥିବା କର୍ପୋରେଟର ଅନୱାର କାଦ୍ରିଙ୍କ ଘରକୁ ପ୍ରବେଶ କରିଥିଲେ। ଘର ଲୋକ ଶୋଇଥିବା ସମୟରେ ବିଜୟ ଏବଂ ସୋନୁ କିଛି ନଗଦ ଟଙ୍କା, ସୁନା ଓ ରୂପା ଅଳଙ୍କାର ଚୋରି କରିଥିଲେ। ଏହି ସମୟରେ ଅନୱାର କାଦ୍ରିଙ୍କ ଘରର କାନ୍ଥ ବିଜୟକୁ ଆକର୍ଷଣ କରିଥିଲା। ସେ କାନ୍ଥରେ କିଛି ଚିତ୍ର କରିବାକୁ ଇଚ୍ଛା କରିଥିଲା। 'ବିଲେଇ ଭାଗ୍ୟକୁ ଶିକା ଛିଡ଼ିବା' ପରି ନିକଟରେ ଏକ ସ୍କେଚ୍ ପେନ୍‌ ପଡ଼ିଥିବା ଦେଖିବାକୁ ପାଇଥିଲା ଅଭିଯୁକ୍ତ ବିଜୟ। ଆଉ ସେହି ସ୍କ୍ରେଚରେ ଚିତ୍ର ଆଙ୍କିବା ଆରମ୍ଭ କରି ଦେଇଥିଲା।

ଏହା ସାଙ୍ଗକୁ ଅଭିଯୁକ୍ତ ବିଜୟ କାନ୍ଥରେ ଅଗ୍ନିପଥ ଲେଖି ବିଗ୍ ବି ଅମିତାଭ୍ ବଚ୍ଚନଙ୍କ କିଛି ସିନେମା ସଂଳାପ ମଧ୍ୟ ଲେଖିଥିଲା। ଏହି ସମୟରେ କୋଠରୀରରେ ଥିବା ଏକ କାଚ ଗ୍ଲାସ ଉପରେ ବିଜୟର ହାତ ପଡ଼ି ଭାଙ୍ଗି ଯାଇଥିଲା। ଏହି ଶବ୍ଦ ଶୁଣି ଅନୱାରଙ୍କ ପରିବାର ଲୋକ ଉଠି ପଡ଼ିଥିଲେ ଏବଂ କିଛି ଗଡ଼ବଡ଼ ଥିବା ଅନୁଭବ କରି ପୁଲିସକୁ ଖବର ଦେଇଥିଲେ। ତୁରନ୍ତ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବିଜୟକୁ ଗିରଫ କରିଛି। ବିଜୟ ଚୋରି ନେଇ ସ୍ୱୀକାର କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ସୋନୁ ଫେରାର୍ ହୋଇଯାଇଛି। ପୁଲିସ ତାକୁ ଖୋଜାଖୋଜି କରୁଥିବା ଅତିରିକ୍ତ ପୁଲିସ କମିଶନର ରାଜୀବ ଭଦୋରିଆ କହିଛନ୍ତି। 

Advertisment
Crime News Thief Writes Big B's Film Dialogues Thief Writes Film Dialogues
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe