Advertisment

ଗୋଟିଏ ରାତିରେ ତିନିଟି ମନ୍ଦିରରୁ ଚୋରି

ଲୁଟେରାମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି କମର୍ଦ୍ଦା ପୁଲିସ।

author-image
Jitendra Garnayak
Theft

Theft

ଗୋଟିଏ ରାତିରେ ତିନିଟି ମନ୍ଦିରରୁ ହୋଇଛି ଚୋରି। ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ମହାଗବ ଅଞ୍ଚଳରେ ଘଟିଛି ଏହି ଘଟଣା।

Advertisment

ଗତକାଲି ବିଳମ୍ବିତ ରାତିରେ ଏହି ଅଞ୍ଚଳରେ ଥିବା ବାସୁଳୀ ମନ୍ଦିର, ତାରିଣୀ ମନ୍ଦିର ଓ ମଙ୍ଗଳା ମନ୍ଦିରରୁ ଚୋରି ହୋଇଛି। ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ଓ ଅନ୍ୟାନ୍ୟ ଜିନିଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ଆଜି ସକାଳେ ସ୍ଥାନୀୟ ଲୋକେ ମନ୍ଦିରଗୁଡ଼ିକର ଦ୍ୱାର ଖୋଲା ଥିବା ସହ ତାଲା ଭାଙ୍ଗି ତଳେ ପଡ଼ିଥିବାର ଦେଖି କମର୍ଦ୍ଦା ପୁଲିସକୁ ଖବର ଦେଇଥିଲେ। କମର୍ଦ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ଲୁଟେରାମାନଙ୍କୁ ଧରିବା ପାଇଁ ପୁଲିସ୍ ତଦନ୍ତ ଜାରି ରଖିଛି।

Advertisment

ତାରିଣୀ ମନ୍ଦିରରେ ତାରିଣୀଙ୍କ ମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଥିବା ପୂଜକ ଆଶିଷ ପଣ୍ଡା କହିଛନ୍ତି। 

Temple Theft In Temple