Advertisment

କିନ୍ନରଙ୍କ କାରନାମା; ବଡ଼ ବୋହୂ ଉପରେ ଅଶୁଭ ଦୃଷ୍ଟି ପଡ଼ିଥିବା କହି ଛିଣ୍ଡାଇ ନେଲେ ଚେନ୍‌

ବଡ଼ ବୋହୂ ପ୍ରତି ଗ୍ରହମାନଙ୍କ ଅଶୁଭ ଦୃଷ୍ଟି ପଡ଼ିଛି। ଝଡ଼ାଫୁଙ୍କା କଲେ ଶୁଭ ଫଳ ମିଳିବ। ବୋହୂର ଦେହ ଭଲ ହୋଇଯିବ ।

author-image
Niharika Rout
Loot

Loot

ବଡ଼ ବୋହୂ ପ୍ରତି ଗ୍ରହମାନଙ୍କ ଅଶୁଭ ଦୃଷ୍ଟି ପଡ଼ିଛି। ଝଡ଼ାଫୁଙ୍କା କଲେ ଶୁଭ ଫଳ ମିଳିବ। ବୋହୂର ଦେହ ଭଲ ହୋଇଯିବ । ଏଭଳି ପ୍ରବର୍ତ୍ତାଇ ବୋହୂ ଏକୁଟିଆ ଥିବା ସୁଯୋଗରେ ତା’ ବେକରୁ ସୁନା ଚେନ୍ ଲୁଟିନେଲେ କିନ୍ନର। ଏପରି ଏକ ଅଭାବନୀୟ ଘଟଣା ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ତୁକଲା ଗାଁରେ ଘଟିଛି।

Advertisment

ତୁକଲା ଗାଁର ବ୍ୟବସାୟୀ ରାଜ କୁମାର ଖେମକା ଏହି ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା କଥା, ୩/୪ ଜଣ କିନ୍ନର ଏକ ଧଳା କାରରେ ଆସିଥିଲେ ତାଙ୍କ ଘରକୁ। ଘରେ ଥିବା ମହିଳାମାନଙ୍କଠାରୁ ଭିକ୍ଷା ବି ମାଗିଥିଲେ । ଏଥିସହ ଘରେ ହେଉଥିବା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

ଏହାପରେ ରାଜକୁମାରଙ୍କ ପତ୍ନୀ କିନ୍ନରଙ୍କ ସହ ଆଲୋଚନା କରି ବଡ଼ ବୋହୂ ସୋନିଆଙ୍କ ଦେହ ଭଲ ରହୁ ନ ଥିବା କହିଥିଲେ। ପ୍ରତିକାର କଲେ ଦେହ ଭଲ ହୋଇଯିବ ବୋଲି କିନ୍ନରମାନେ କହିବା ପରେ ରାଜକୁମାରଙ୍କ ପରିବାର ଲୋକେ ରାଜି ହୋଇଥିଲେ।

Advertisment

ଏହାପରେ କିନ୍ନର ମାନେ ଗୋଟିଏ ଢାଳରେ ପାଣି ମାଗି ବୋହୂକୁ ଛାଡି ସମସ୍ତେ ଘର ଭିତରକୁ ଯିବାକୁ କହିଥିଲେ। ଏହି ସମୟରେ ବୋହୂ ପିନ୍ଧିଥିବା ସୁନା ଚେନକୁ ଛିଣ୍ଡାଇ କାରରେ ଚଢ଼ି ଦୁଇ କିନ୍ନର ଫେରାର ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ରାଜ୍ କୁମାର।

ଏ ସଂପର୍କରେ ପରିବାର ପକ୍ଷରୁ ଖଡ଼ିଆଳ ପୁଲିସରେ ଅଭିଯୋଗ କରିଥିବାବେଳେ CCTV ଫୁଟେଜ ଆଧାରରେ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି।

Loot Nuapada