Advertisment

ଥାର୍ଡ ପାର୍ଟିରେ କାର ଡିଲ, ଦମ୍ପତି ଫେରାର

ସହର ଆଖପାଖରେ ଥିବା ଗାଡ଼ି ମାଲିକଙ୍କୁ ଭଲ କମ୍ପାନୀରେ ଗାଡ଼ି ଲଗାଇ ଥାର୍ଡପାର୍ଟି ଜରିଆରେ ଭଲ ଟଙ୍କା ଦେବା କହି କରୁଥିଲେ ଏଭଳି ଠକେଇ।

Accused

Accused

Advertisment

ନୂଆ ତରିକାରେ କାର ଡିଲ ଆଉ ପରେ ଟଙ୍କା ନେଇ ଛୁ ମାରିଛନ୍ତି ଠକ ଦମ୍ପତ୍ତି। ରାଉରକେଲା ସହରରେ ହୋଇଛି ଏମିତି ଠକେଇ। ପ୍ରଥମେ ଭଡ଼ା ଦେବା ଲାଗି ଡିଲ୍ କରି ମାଲିକଙ୍କ ଠାରୁ ଗାଡ଼ି ନେଉଥିଲେ। ଆଉ ପରେ ଧରା ଛୁଆଁ ନ ଦେଇ ତାକୁ ବିକ୍ରି କରି ଭକୁଆ ବନାଇଛନ୍ତି ରାଉରକେଲାର ଦମ୍ପତି ସତ୍ୟଭାମା ଦାସ ଓ ସରୋଜ କୁମ୍ଭାର। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରିଛି।

Advertisment

ରାଉରକେଲା ସେକ୍ଟର-୩ର ଥାନା ପୁଲିସ ଏମିତି ଏକ କାର ଠକେଇ ଦମ୍ପତ୍ତିଙ୍କ ମାମଲାର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସତ୍ୟଭାମା ଦାସ ଓ ତାର ସ୍ୱାମୀ ସରୋଜ କୁମ୍ଭାର ଫେରାର ଅଛନ୍ତି। ପୁଲିସ ଏଯାବତ୍ ୧୦ରୁ ଅଧିକ ଗାଡ଼ି ଉଦ୍ଧାର କରିଥିବା ବେଳେ ଘଟଣାର ଛାନଭିନ ଆରମ୍ଭ କରିଛି। ଏହାସହ ଉଦ୍ଧାର ହୋଇଥିବା କାରର ମାଲିକକୁ ଗାଡ଼ି ହସ୍ତାନ୍ତର କରିଛି।

ରାଉରକେଲ ସହରର ସତ୍ୟଭାମା ଦାଶ ଓ ତାର ସ୍ୱାମୀ ଏକ ଏଜେନ୍ସି କରି ଏଭଳି ଠକେଇ କରୁଥିଲେ। ସହର ଆଖପାଖରେ ଥିବା ଗାଡ଼ି ମାଲିକଙ୍କୁ ଭଲ କମ୍ପାନୀରେ ଗାଡ଼ି ଲଗାଇ ଥାର୍ଡପାର୍ଟି ଜରିଆରେ ଭଲ ଟଙ୍କା ଦେବା କହି କରୁଥିଲେ ଏଭଳି ଠକେଇ। ଗାଡ଼ି ମାଲିକଙ୍କ ବିଶ୍ୱାସ ଭାଜନ ହେବା ଲାଗି ପ୍ରଥମ ମାସେ ଦୁଇ ମାସ ଭଡ଼ା ଦେଇ ଦେଉଥିଲେ। ଆଉ ପରେ ସେହି ଗାଡ଼ିକୁ କେବେ ବନ୍ଦକ ତ କେବେ ବାହାର ରାଜ୍ୟରେ ବିକ୍ରି ବି କରିଦେଉଥିବା ରାଉରକେଲା ଏସପି ବ୍ରିଜେଶ ରାୟ କହିଛନ୍ତି।

Advertisment
Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe