Advertisment

‘ଯିଏ ନେବ, ସିଏ ଯିବ’

‘ଯଦି କ୍ୟାସ୍‌ଲେସ୍ କଲେ ଲୋକ ହଇରାଣ ନହେବେ, ତା’ହେଲେ ଆଗାମୀ ଦିନରେ ସଂପୂର୍ଣ୍ଣ ଜମି କିଣାବିକାକୁ ଆମେ କ୍ୟାସ୍‌ଲେସ କରିବାକୁ ଚେଷ୍ଟା କରିବୁ।’

ଅଦ୍ୟତନ ହୋଇଛି
Suresh Pujari

Suresh Pujari

Advertisment

‘ସମସ୍ତେ ସଚେତନ ହୋଇଯାଆନ୍ତୁ। ଭିଜିଲାନ୍ସ ବାହାରେ ଅପେକ୍ଷା କରିଛି। ଯିଏ ନେବ, ସିଏ ଯିବ।’ ଭୁବନେଶ୍ୱରର ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣି ଦେବଯାନୀ କର ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

Advertisment

ସେ କହିଛନ୍ତି, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆଜି ଖଣ୍ଡଗିରିରୁ ଆରମ୍ଭ ହୋଇଛି। ଲାଞ୍ଚ ନେବା ବେଳେ ଯେଉଁ କିରାଣି ଧରାପଡ଼ିଛନ୍ତି, ସେ ନିଜ ପାଇଁ ଏହି ଲାଞ୍ଚ ନେଉଥିଲେ ନା ଆଉ କାହା ପାଇଁ ନେଉଥିଲେ, ସେ ନେଇ ତଦନ୍ତ ଚାଲିଛି। କେବଳ ଜଣେ କିରାଣିଙ୍କ ପାଖରେ ନଅଟକି, ଏ ଲାଞ୍ଚର ଚେର କେତେ ଲମ୍ବା ବା କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି, ସେ ବାବଦରେ ମଧ୍ୟ ଭିଜିଲାନ୍ସ ଓ ବିଭାଗ ତଦନ୍ତ କରୁଛି। ଯେଉଁମାନେ ଲାଞ୍ଚ କାରବାରରେ ଲିପ୍ତ ଥିବେ, ସେମାନଙ୍କ ବିରୋଧରେ କିଛି ବି ପ୍ରମାଣ ମିଳିଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆଗକୁ ଜମିଜମା କିଣାବିକାକୁ ସଂପୂର୍ଣ୍ଣ କ୍ୟାସ୍‌ଲେସ୍ କରିବାକୁ ଯୋଜନା ରହିଛି। ଯଦି କ୍ୟାସ୍‌ଲେସ୍ କଲେ ଲୋକ ହଇରାଣ ନହେବେ, ତା’ହେଲେ ଆଗାମୀ ଦିନରେ ସଂପୂର୍ଣ୍ଣ ଜମି କିଣାବିକାକୁ ଆମେ କ୍ୟାସ୍‌ଲେସ କରିବାକୁ ଚେଷ୍ଟା କରିବୁ। କ୍ୟାସ୍‌ଲେସ୍ କଲେ ଆଉ ଅଧିକାରୀମାନଙ୍କଠାରୁ ଟଙ୍କା ବାହାରିବ ନାହିଁ। ବାହାରିଲେ ମଧ୍ୟ ଏଇଟା ରେଜିଷ୍ଟ୍ରେସନ ଚାର୍ଜେସ କହିବା ପାଇଁ ସେମାନଙ୍କୁ ମଉକା ମିଳିବ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

Advertisment

ଏକ ଜମିଜମା ମାମଲାରେ ଗତକାଲି ଖଣ୍ଡଗିରି ସବ୍‌ ରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣି ଦେବଯାନୀ କର ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କୁ ଭିଜିଲାନ୍ସ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି। ମାତ୍ର ଚାରି ବର୍ଷ ହେଲା ଚାକିରି କରିଥିଲେ ଦେବଯାନୀ। 

Suresh Pujari Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe