Advertisment

ମ୍ୟାଚ୍‌ ପୂର୍ବରୁ ଓ୍ୱାଙ୍ଖେଡେରେ ବିସ୍ଫୋରଣ ଧମକ, ଦେଖାଇଲେ ହ୍ୟାଣ୍ଡଗ୍ରେନେଡ୍‌

ଭାତର-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ପୂର୍ବରୁ ଓ୍ୱାଙ୍ଖେଡେ ଷ୍ଟାଡିୟମରେ ବଡ଼ ଧରଣର ବିସ୍ଫୋରଣ ତଥା ଅଘଟଣ ଘଟାଇବାକୁ ମୁମ୍ବାଇ ପୁଲିସକୁ ଧମକ ମିଳିଛି। ଏଥିସହ ବନ୍ଧୁକ, ଗୁଳି ଏବଂ ହ୍ୟାଣ୍ଡଗ୍ରେନେଡ୍‌ ସହ ଫଟୋ ଟ୍ୟାଗ କରିଛି ସନ୍ଦିଗ୍ଧ।

ଅଦ୍ୟତନ ହୋଇଛି
Threat to mumbai police

Threat to mumbai police

Advertisment

ଆଜି ଭାତର-ନ୍ୟୁଜିଲାଣ୍ଡ ମଧ୍ୟରେ ହେବ କଡା ଟକ୍କର। ମୁମ୍ବାଇରେ ଓ୍ୱାଙ୍ଖେଡେ ଷ୍ଟାଡିୟରେ ଆଇସିସି ବିଶ୍ୱକପ୍‌ର ଖେଳାଯିବ ପ୍ରଥମ ସେମିଫାଇନାଲ ମ୍ୟାଚ୍‌। ତେବେ ଏହି ମ୍ୟାଚ୍‌ ପୂର୍ବରୁ ମିଳିଛି ଧମକ। ଟ୍ୱିଟ୍‌ ଜରିଆରେ 'X'ରେ କେହି ଜଣେ ଦୁର୍ବୃତ୍ତ ମୁମ୍ବାଇ ପୁଲିସକୁ ଧମକ ଦେଇଛି।

Advertisment

ମୁମ୍ବାଇ ପୋଲିସ୍‌ ଆକାଉଣ୍ଟକୁ ଟ୍ୟାଗ୍‌ କରି ସନ୍ଦିଗ୍ଧ ଦେଇଛି ଧମକ। ଓ୍ୱାଙ୍ଖେଡେ ଷ୍ଟାଡିୟମରେ ବଡ଼ ଧରଣର ବିସ୍ଫୋରଣ ତଥା ଅଘଟଣ ଘଟାଇବେ ବୋଲି ଚେତାବନୀ ଦିଆଯାଇଛି। ଏଥିସହ ବନ୍ଧୁକ, ଗୁଳି ଏବଂ ହ୍ୟାଣ୍ଡଗ୍ରେନେଡ୍‌ ସହ ଫଟୋ ଟ୍ୟାଗ କରିଛି ସନ୍ଦିଗ୍ଧ। କେବଳ ସେତିକି ନୁହେଁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ବେଳେ ନିଆଁ ଲଗାଇଦେବୁ କଣ୍ଟେଣ୍ଟ ଥିବା ଏକ ଫଟୋକୁ ମଧ୍ୟ ପୋଷ୍ଟ କରାଯାଇଛି।

ଏଭଳି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ଓ୍ୱାଙ୍ଖେଡେରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ନେଇ ପୁଲିସ ସୂଚନା ଦେଇଛି। ଷ୍ଟାଡିୟମ ଚାରିପଟେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପାଖାପଖି ୯୦୦ ପୁଲିସ କର୍ମୀ ନିୟୋଜିତ କରାଯାଇଛି। ଓ୍ୱାଙ୍ଖେଡେ ଷ୍ଟାଡିୟମର ସମସ୍ତ ୧୦ଟି ଗେଟ୍‌ ସାମ୍ନାରେ ପାର୍କିଂ ବ୍ୟାନ୍‌ କରାଯାଇଛି। ଷ୍ଟାଡିୟମ ଠାରୁ ଏକ କିଲୋମିଟର ଦୂରରେ ପାର୍କିଂ ବ୍ୟବସ୍ଥା କରାଯାଇଛି।

Advertisment

ଦର୍ଶକଙ୍କୁ ସକାଳ ସାଢ଼େ ୧୧ଟାରେ ଷ୍ଟାଡିୟମ ଭିତରେ ଏଣ୍ଟ୍ରି କରିବାକୁ ଅନୁମତି ମିଳିଛି। ସୁରକ୍ଷା ଦୃଷ୍ଟିରୁ ପେନ୍‌, ପେନ୍‌ସିଲ୍‌, ମାର୍କର, କୋର୍‌ କାଗଜ, ବ୍ୟାନର ପୋଷ୍ଟର ସହ ବ୍ୟାଗ୍‌, ପାଓ୍ୱାର ବ୍ୟାଙ୍ଗ, କଏନ୍‌, ତମାଖୁ ପଦାର୍ଥ ଆଦି ଷ୍ଟାଡିୟମ ଭିତରକୁ ନ ନେବାକୁ କୁହାଯାଇଛି।

Social Media Threat ICC World Cup 2023 India Vs New Zealand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe