Advertisment

ସମିତିସଭ୍ୟାଙ୍କ ପୁଅକୁ ହତ୍ୟା ଧମକ; ଥାନାରେ ଏତଲା

ଚନ୍ଦ୍ରଶେଖରଙ୍କୁ କାହିଁକି ଯୁବକମାନେ ହତ୍ୟା କରିବାକୁ ଧମକ ଦେଲେ ତା’ର କାରଣ ଜଣାପଡ଼ି ନାହିଁ।

phone call

phone call

Advertisment

ସମିତିସଭ୍ୟାଙ୍କ ପୁଅକୁ ଦୁଇ ଯୁବକ ଗାଳିଗୁଳଜ କରିବା ସହ ହତ୍ୟା ଧମକ ଦେଇଥ‌ିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୁରୁଣ୍ଠୀ ପଞ୍ଚାୟତରେ। ଏନେଇ ନିମଖଣ୍ଡି ଥାନାରେ ଅଭିଯୋଗ ହୋଇଛି।

Advertisment

ଗତ ରବିବାର ରାତିରେ ଗୁରୁଣ୍ଠୀ ପଞ୍ଚାୟତରେ ସମିତି ସଭ୍ୟା କେ. ରାଜଲକ୍ଷ୍ମୀ ଦାସଙ୍କ ପୁଅ କେ. ଚନ୍ଦ୍ରଶେଖର ଦାସଙ୍କୁ ଦୁଇଜଣ ଯୁବକ ଫୋନ ଯୋଗେ ଗାଳିଗୁଳଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଏନେଇ ଚନ୍ଦ୍ରଶେଖର ନିମଖଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କଲ୍‌ ରେକର୍ଡ ଯାଞ୍ଚ କରିବା ସହ ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ଚନ୍ଦ୍ରଶେଖରଙ୍କ ଜୀବନ ପ୍ରତି ବିପଦ ଥ‌ିବା ଦର୍ଶାଇ, ପୁଲିସକୁ ସୁରକ୍ଷା ଦାବି କରିଛନ୍ତି ସମିତିସଭ୍ୟା। ଏହାସହ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଅନୁରୋଧ କରିଛନ୍ତି।

Advertisment

ଚନ୍ଦ୍ରଶେଖରଙ୍କୁ କାହିଁକି ଯୁବକମାନେ ହତ୍ୟା କରିବାକୁ ଧମକ ଦେଲେ ତା’ର କାରଣ ଜଣାପଡ଼ି ନାହିଁ। ଅନ୍ୟ ପକ୍ଷରେ ଯୁବକଙ୍କ ସହ ଚନ୍ଦ୍ରଶେଖରଙ୍କ କିଛି ପୂର୍ବ ଶତ୍ରୁତା ଥିଲା ନା ଆଉ କିଛି କାରଣ ଅଛି ତାହା ମଧ୍ୟ ଜଣାପଡ଼ି ନାହିଁ। ଏନେଇ ପୁଲିସର ପ୍ରତିକ୍ରିୟା ମିଳିନାହିଁ।

Odisha Police Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe