Advertisment

ଡକାୟତି ଘଟଣାରେ ତିନି ଅଭିଯୁକ୍ତ ଗିରଫ

ଜଗତପୁର ଥାନା ଗୋଲେଇ ଛକ ନିକଟସ୍ଥ ଏକ ଘରୁ ଲୁଟ ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଜଗତପୁର ଥାନା ପୁଲିସ। ଗିରଫ ବେଳେ ସେମାନଙ୍କ ଠାରୁ ନଗଦ ୬ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ୍ କରିଛି ପୁଲିସ।

Jail

Jail

Advertisment

କଟକ ଶିଖରପୁର ଉପରସାହି ଅଞ୍ଚଳରେ ଗତ ୧୯ ତାରିଖରେ ହୋଇଥିବା ଡକାୟତି ଘଟଣାରେ ତିନି ଅଭିଯୁକ୍ତ ଗିରଫ। ସେମାନଙ୍କ ଠାରୁ ନଗଦ ୩,୪୧, ୭୪୦ ଟଙ୍କା ଜବତ କରିଛି ମାଲଗୋଦାମ ଥାନା ପୁଲିସ।

Advertisment

୧୯ ତାରିଖରେ ଜଣେ ବ୍ୟକ୍ତିଙ୍କର ଘର ଝରକା ତାଡ଼ି ୫ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ୩ ଲୁଟେରାଙ୍କୁ ଗିରଫ କରିଛି ପୁଲିସ। ଗିରଫ ବେଳେ ସେମାନଙ୍କ ଠାରୁ ଚାରିଟି ମୋବାଇଲ ଫୋନ୍, ଦୁଇଟି ଲୁହା ରଡ୍ ଜବତ୍ କରିଛି ପୁଲିସ।

ଅନ୍ୟପଟେ ଜଗତପୁର ଥାନା ଗୋଲେଇ ଛକ ନିକଟସ୍ଥ ଏକ ଘରୁ ଲୁଟ ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଜଗତପୁର ଥାନା ପୁଲିସ। ଗିରଫ ବେଳେ ସେମାନଙ୍କ ଠାରୁ ନଗଦ ୬ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ୍ କରିଛି ପୁଲିସ।

Advertisment
Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe