Advertisment

ସେକ୍ସ ରାକେଟ ଠାବ, ୨ ଗିରଫ

ପାଟଣାଗଡ଼ ଥାନାରେ ଏହି ଘଟଣାକୁ ନେଇ ମାମଲା ରୁଜୁ କରାଯାଇଛି।

ଅଦ୍ୟତନ ହୋଇଛି
Arrested Persons

Arrested Persons

Advertisment

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରର କାଦୋପଡ଼ାରେ ଏକ ସେକ୍ସ ରାକେଟ ଠାବ କରିଛି ପୁଲିସ୍‌। ଏହି ଘଟଣାରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ଯୁବକ ଗିରଫ ହୋଇଛନ୍ତି।

Advertisment

ଗିରଫ ଯୁବକମାନେ ହେଉଛନ୍ତି ପାଟଣାଗଡ଼ ବଡ଼ପଡ଼ାର ପଞ୍ଚା ମେହେର ଓ ପଢ଼େଲ ଗାଁର ସମ୍ପଦ ପୋଢ଼। ଦୀର୍ଘଦିନ ହେବ ଏଠାରେ ଏକ ଭଡ଼ା ଘରେ ସେକ୍ସ ରାକେଟ ଚାଲିଥିଲା ବୋଲି କୁହାଯାଉଛି।

ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତାଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ୮ଟା ବେଳେ ଆମେ ଖବର ପାଇଥିଲୁ। ଏହା ପରେ ଆମର ଏକ ଟିମ୍ ଯାଇ ସେଠାରେ ଚଢ଼ାଉ କରିଥିଲା ଓ ଏହି ତିନି ଜଣଙ୍କୁ ଧରିଥିଲା। ପଞ୍ଚା ମେହେର ଓ ସମ୍ପଦ ପୋଢ଼ ଉକ୍ତ ଯୁବତୀଙ୍କୁ ବଲାଙ୍ଗୀର ଷ୍ଟେସନରୁ ଏଠାକୁ ଆଣି ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲେ।

Advertisment

ପାଟଣାଗଡ଼ ଥାନାରେ ଏହି ଘଟଣାକୁ ନେଇ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି। ପଞ୍ଚା ମେହେର ଓ ସମ୍ପଦ ପୋଢ଼ଙ୍କୁ ଗିରଫ କରାଯାଇଛି ବୋଲି ଏସ୍‌ଡିପିଓ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe