Advertisment

ତିନି ଭାଇ ଗିରଫ, ହାତୀ ଆକ୍ରମଣ ଆଶଙ୍କାରେ କରିଥିଲେ ଏମିତି କାଣ୍ଡ

ହାତୀ ଘର ଉପରେ ଆକ୍ରମଣ କରିବ ବୋଲି ଆଶଙ୍କା କରି ଏହି ତିନି ଭାଇ ରାତିରେ ସେମାନଙ୍କ ଘର ଚାରିପଟେ ଲୁହା ତାର ଟାଣିବା ସହିତ ସେଥିରେ ବିଦୁତ୍‌ ସଂଯୋଗ କରିଥିଲେ। ସେହି ବିଦୁତ୍‌ ସଂଯୁକ୍ତ ଲୁହା ସଂସ୍ପର୍ଶରେ ଆସି ମାଈ ହାତୀଟିର ମୃତ୍ୟୁ ଘଟିଥିଲା ବୋଲି ବନ ବିଭାଗ କହିଛି।

author-image
Biswajit Samal
Arrest Three brothers

Arrest Three brothers

ଦୁଇ ଦିନ ତଳେ ବାରିପଦା ବନଖଣ୍ଡ ରାସୋଗୋବିନ୍ଦପୁର ରେଞ୍ଜର ନାକିଚୁଆ ଗାଁରେ ଏକ ମାଈ ହାତୀର ମୃତଦେହ ମିଳିଥିବା ଘଟଣାରେ ଆଜି ତିନି ଭାଇଙ୍କୁ ଗିରଫ କରିଛି ବନ ବିଭାଗ। ସେମାନେ ହେଲେ ନାକିଚୁଆ ଗାଁର ହିରୁ ହାଁସଦା, ସଂଗରାୟ ହାଁସଦା ଓ ତଫାନ ହାଁସଦା।

Advertisment

ହାତୀ ଘର ଉପରେ ଆକ୍ରମଣ କରିବ ବୋଲି ଆଶଙ୍କା କରି ଏହି ତିନି ଭାଇ ରାତିରେ ସେମାନଙ୍କ ଘର ଚାରିପଟେ ଲୁହା ତାର ଟାଣିବା ସହିତ ସେଥିରେ ବିଦୁତ୍‌ ସଂଯୋଗ କରିଥିଲେ। ସେହି ବିଦୁତ୍‌ ସଂଯୁକ୍ତ ଲୁହା ସଂସ୍ପର୍ଶରେ ଆସି ମାଈ ହାତୀଟିର ମୃତ୍ୟୁ ଘଟିଥିଲା ବୋଲି ବନ ବିଭାଗ କହିଛି।

ମୃତ ହାତୀଟି ମଧ୍ୟମ ବୟସର ହୋଇଥିଲା ତାର ଶୁଣ୍ଢରେ କ୍ଷତ ଚିହ୍ନ ଥିଲା। ବାରିପଦା ବନଖଣ୍ଡ ଓ ଭୁବନେଶ୍ୱରରୁ ଆସିଥିବା ଏକ ଟିମ୍‌ ମିଳିତ ଭାବେ ଘଟଣାର ତଦନ୍ତ କରିଥିଲେ। ତଦନ୍ତ ପରେ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନାଁରେ ୱାଇଲ୍ଡ ଲାଇଫ ଆକ୍ଟ ଅନୁଯାଇ ମାମଲା ରୁଜୁ କରାଯାଇଛି।

Advertisment
Elephant Death