Advertisment

୩ ଡକାୟତ ଗିରଫ; ୧ କେଜି ସୁନା ଗହଣା, ୩ ଲକ୍ଷ ଟଙ୍କା ଜବତ

ଗତ ୨ ମାସ ହେଲା ସେମାନେ ଭୁବନେଶ୍ୱର ସହିତ ଭଦ୍ରକ ଓ ପୁରୀ ଆଦି ସ୍ଥାନରେ ସକ୍ରିୟ ଥିଲେ।

ଅଦ୍ୟତନ ହୋଇଛି
Gold

Gold

Advertisment

୫ ଜିଲ୍ଲା ପୁଲିସ ପାଇଁ ମୋଷ୍ଟ୍ ୱାଣ୍ଟେଡ ଥିବା ଏକ କୁଖ୍ୟାତ ଡକାୟତ ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ । ସେମାନଙ୍କଠାରୁ ୧ କେଜି ସୁନାଗହଣା, ୧ କେଜି ୩୦୦ ଗ୍ରାମ ରୁପା ଅଳଙ୍କାର ଓ ନଗଦ ୩ ଲକ୍ଷ ୨୫ ହାଜର ଟଙ୍କା ଜବତ କରାଯାଇଛି।

Advertisment

ଗିରଫ ଡକାୟତମାନେ ହେଉଛନ୍ତି, ଜଗତସିଂହପୁର ଶୁଭ୍ରକାନ୍ତ ବେହେରା ଓରଫ କାଜଲ, ଯାଜପୁର ଜିଲ୍ଲା ମଙ୍ଗଳପୁରର ବିଶ୍ୱଜିତ ଦାସ ଓରଫ ବିଟୁ ଓ ଜଗତସିଂହପୁରର ମଧୁସୂଦନ ମହାନ୍ତି। ସେମାନଙ୍କ ନାଁରେ ଅନେକ ମାମଲା ରହିଛି।

ଶୁଭ୍ରକାନ୍ତ ନାଁରେ ବିଭିନ୍ନ ଥାନାରେ ୩୧ଟି ମାମଲା ଥିବା ବେଳେ ବିଶ୍ୱଜିତ ନାଁରେ ୩୮ଟି ଓ ମଧୁସୂଦନ ନାଁରେ ୧୨ଟି ମାମଲା ରହିଛି। ମଧୁସୂଦନ ନାଁରେ ହତ୍ୟା ମାମଲା ମଧ୍ୟ ଥିବା ଜଣାପଡ଼ିଛି।

Advertisment

ଏହି ଗ୍ୟାଙ୍ଗ ବିଭିନ୍ନ ଅଞ୍ଚଳରେ ଲୋକାଲ ଇନ୍‌ଫର୍ମର ରଖୁଥିଲେ। କେଉଁ ଘର ଖାଲି ପଡ଼ୁଛି, ତା’ର ଖବର ନେଉଥିଲେ। ଇନଫର୍ମରମାନେ ଫୋନ୍ ଯୋଗେ ସେମାନଙ୍କ ସହିତ ଯୋଗାଯୋଗ କରୁଥିଲେ। ଲୁଟ୍‌ କରିବା ପରେ ସେମାନେ ବାଇକ୍‌ରେ ଚମ୍ପଟ ମାରୁଥିଲେ। ସେମାନେ ପାଖରେ ମାରଣାସ୍ତ୍ର ରଖୁଥିଲେ। ଆବଶ୍ୟକ ପଡ଼ିଲେ ଘରେ ଥିବା ଲୋକଙ୍କୁ ବାନ୍ଧି ଲୁଟ୍ କରୁଥିଲେ। ଏମିତିକି ବାଧା ଦେଲେ ଆକ୍ରମଣ କରିବାକୁ ପଛାଉ ନଥିଲେ।

ଗତ ଦୁଇମାସ ହେଲାଣି ଭୁବନେଶ୍ୱର, ପୁରୀ, ଭଦ୍ରକ, ନୟାଗଡ଼ ଓ ଯାଜପୁର ଅଞ୍ଚଳରେ ସେମାନେ ସକ୍ରିୟ ଥିଲେ। ପୁରୀ ବଳଙ୍ଗାରେ ଏକ ଡାକ୍ତର ଦମ୍ପତିଙ୍କୁ ବାନ୍ଧି ଏହି ଗ୍ୟାଙ୍ଗ ଡକାୟତି କରିଥିଲେ। ସେହିଭଳି ଗତ ୩୦ ତାରିଖରେ ଭୁବନେଶ୍ୱରର କାନନ ବିହାରରୁ ଏକ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଟଙ୍କା ଲୁଟି ନେଇଥିଲେ।

ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଗତ ୨ ମାସ ହେଲା ସେମାନେ ସକ୍ରିୟ ଥିଲେ। ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ପଟିଆ, ଇନ୍‌ଫୋସିଟି ଓ ନନ୍ଦନକାନନ ଅଞ୍ଚଳରେ ସେମାନେ ୫ଟି ଚୋରି ମାମଲାରେ ସଂପୃକ୍ତ ଅଛନ୍ତି। ଏହା ବ୍ୟତୀତ ଏହି ୨ ମାସ ଭିତରେ ସେମାନେ ପୁରୀରେ ୩ଟି ଓ ଭଦ୍ରକରେ ୨ଟି ଡକାୟତି ମାମଲାରେ ଜଡ଼ିତ ଅଛନ୍ତି। ୨୦୨୩ ଜୁନ୍ ମାସରେ ଭୁବନେଶ୍ୱର ପୁଲିସ୍ ସେମାନଙ୍କୁ ଗିରଫ କରି ଜେଲ୍ ପଠାଇଥିଲା। ଗତ ଫେବ୍ରୁଆରୀ ମାସରେ ସେମାନେ ଜେଲ୍‌ରୁ ବାହାରିବା ପରେ ପୁଣି ଏକାଠି ହୋଇ ଡକାୟତି ଓ ଚୋରି ଆରମ୍ଭ କରି ଦେଇଥିଲେ।

ରାଜଧାନୀରେ ଏବେ ସବୁଦିନ କୌଣସି ନା କୌଣସି ଘରେ ହେଉଛି ଲୁଟ୍ ହେଉଛି। ଆପାର୍ଟମେଣ୍ଟଗୁଡ଼ିକ ମଧ୍ୟ ଲୁଟେରାଙ୍କ ଟାର୍ଗେଟରେ ରହୁଛି। ବିଶେଷ କରି ଯେଉଁ ଘରଗୁଡ଼ିକରେ ତାଲା ପଡୁଛି, ସେଗୁଡ଼ିକରେ ପଶୁଛନ୍ତି ଲୁଟେରା।

ରିପୋର୍ଟ- ଭୁବନେଶ୍ୱରରୁ ଚନ୍ଦନ ପାଇକରାୟ

Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe