ବାଲେଶ୍ୱର ସଦର ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କୁ ବାଲେଶ୍ୱର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ପ୍ରେମିକ ଓ ଆଉ ୨ ଜଣ ଯୁବକଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।
ସଦର ଥାନା ଅଧୀନ ଅମରା ଅଞ୍ଚଳର ଜଣେ ନାବାଳିକାଙ୍କୁ ଗତକାଲି ତାଙ୍କ ପ୍ରେମିକ ବୁଲି ଯିବାକୁ ଡାକିଥିଲେ। ନାବାଳିକା ଜଣଙ୍କ ପ୍ରେମିକ କଥାରେ ପଡ଼ି ତାଙ୍କ ସହିତ ଯାଇଥିଲେ। ପ୍ରେମିକ ତାଙ୍କୁ ଚାନ୍ଦିପୁରରେ ଏକ ହୋଟେଲରେ ରଖି ଆଉ ୨ ଜଣ ଯୁବକଙ୍କ ସହିତ ମିଶି ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।
Also Read
ଗଣଦୁଷ୍କର୍ମର ଶିକାର ହେବା ପରେ ଘରକୁ ଫେରି ନାବାଳିକା ଜଣଙ୍କ ବିଷ ପିଇ ଦେଇଥିଲେ। ବିଷପାନର କାରଣ ବାବଦରେ ପଚାରିବାରୁ ସେ ଗଣଦୁଷ୍କର୍ମର ଶିକାର ହୋଇଥିବା କହିଥିଲେ।
ଏ ବାବଦରେ ସଦର ଥାନାରେ ଅଭିଯୋଗ ପରେ ପୁଲିସ ସନ୍ଦୀପ ସେନାପତି, ସୀତଂଶୁ ସେନାପତି ଓ ବିକାଶ ତପଶି ନାମକ ୩ ଜଣ ଯୁବକକୁ ଅଟକ ରଖି ତଦନ୍ତ ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
Crime
ହଂସିତା-ଅନୀଲ୍ଙ୍କ ଠକାମିର ପୋଲ୍ ଖୋଲିଲେ ତାଙ୍କ ପୂର୍ବତନ କର୍ମଚାରୀ!
ହଂସିତା-ଅନୀଲଙ୍କ ଅଫିସ୍ରେ କାମ କରୁଥିବା ପୂର୍ବତନ କର୍ମଚାରୀ Mr X ପୁଲିସ୍କୁ ଦେଇଥିବା ବୟାନରେ ଲେଖିଛନ୍ତି, ଦୁଇ ବର୍ଷ ତଳେ କଟକରେ ଅନୀଲ ମହାନ୍ତିଙ୍କ ଜନ୍ମଦିନ ପାର୍ଟିରେ ହଂସିତା ଅଭିଲିପ୍ସାଙ୍କ ସହିତ ମୋର ଦେଖା ହୋଇଥିଲା।
Crime
ନିଜ ନିଜ ଘରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!
ବାଙ୍କୀ ଥାନା ଅନ୍ତର୍ଗତ ଅନୁଆରୀ ପଞ୍ଚାୟତ କୁରୁମଚଇନି ଗାଁର ରଞ୍ଜନ ସେଠ ବାଇଗଣୀ ଗ୍ରାମ କଲ୍ୟାଣୀ ମାଝୀଙ୍କୁ ପ୍ରେମ କରୁଥିଲେ। କଲ୍ୟାଣୀ ମଧ୍ୟ ରଞ୍ଜନଙ୍କୁ ଭଲ ପାଉଥିଲେ। ଉଭୟ ବାହା ହେବା ପାଇଁ କେତେ ସପନ ଦେଖୁଥିଲେ।
Crime
କାଲି ଘରୁ ବାହାରିଥିଲା ପୁଅ, ଆଜି ମିଳିଲା ମୃତଦେହ
କାଲି ରାତିରେ ଘରୁ ବାହାରିଥିଲେ ଯୁବକ। ହେଲେ ଆଉ ଘରକୁ ଫେରିଲେ ନାହିଁ। ଆଜି ସକାଳୁ ଗାଁ ନିକଟରୁ ମିଳିଲା ତାଙ୍କ ରକ୍ତାକ୍ତ ମୃତଦେହ ।