Advertisment

ଗଣଦୁଷ୍କର୍ମର ଶିକାର ହେବା ପରେ ବିଷ ପିଇ ନାବାଳିକା ଗୁରୁତର, ପ୍ରେମିକ ସମେତ ୩ ଅଟକ

ନାବାଳିକାଙ୍କୁ ବାଲେଶ୍ୱର ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ପ୍ରେମିକ ଓ ଆଉ ୨ ଜଣଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।

ଅଦ୍ୟତନ ହୋଇଛି
Rape

Rape

Advertisment

ବାଲେଶ୍ୱର ସଦର ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କୁ ବାଲେଶ୍ୱର ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ପ୍ରେମିକ ଓ ଆଉ ୨ ଜଣ ଯୁବକଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।

Advertisment

ସଦର ଥାନା ଅଧୀନ ଅମରା ଅଞ୍ଚଳର ଜଣେ ନାବାଳିକାଙ୍କୁ ଗତକାଲି ତାଙ୍କ ପ୍ରେମିକ ବୁଲି ଯିବାକୁ ଡାକିଥିଲେ। ନାବାଳିକା ଜଣଙ୍କ ପ୍ରେମିକ କଥାରେ ପଡ଼ି ତାଙ୍କ ସହିତ ଯାଇଥିଲେ। ପ୍ରେମିକ ତାଙ୍କୁ ଚାନ୍ଦିପୁରରେ ଏକ ହୋଟେଲରେ ରଖି ଆଉ ୨ ଜଣ ଯୁବକଙ୍କ ସହିତ ମିଶି ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ଗଣଦୁଷ୍କର୍ମର ଶିକାର ହେବା ପରେ ଘରକୁ ଫେରି ନାବାଳିକା ଜଣଙ୍କ ବିଷ ପିଇ ଦେଇଥିଲେ। ବିଷପାନର କାରଣ ବାବଦରେ ପଚାରିବାରୁ ସେ ଗଣଦୁଷ୍କର୍ମର ଶିକାର ହୋଇଥିବା କହିଥିଲେ। 

Advertisment

ଏ ବାବଦରେ ସଦର ଥାନାରେ ଅଭିଯୋଗ ପରେ ପୁଲିସ ସନ୍ଦୀପ ସେନାପତି, ସୀତଂଶୁ ସେନାପତି ଓ ବିକାଶ ତପଶି ନାମକ ୩ ଜଣ ଯୁବକକୁ ଅଟକ ରଖି ତଦନ୍ତ ଚଳାଇଛି।

Rape Gang Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe