Advertisment

ମିଛୁଆ ଏଜେଣ୍ଟ: ନିଜ ଜାଲରେ ନିଜେ ପଡିଗଲା

ନାଟକ ସରିଲା ପରେ କମ୍ପାନୀ ମୁଖ୍ୟଙ୍କୁ ଧରି ଜୟନ୍ତ ତମାଣ୍ଡୋ ଥାନାରେ ପହଞ୍ଚିଥିଲେ। ରାସ୍ତାରୁ ଟଙ୍କା ଲୁଟ୍ ହୋଇଥିବା ନିଜେ ଜୟନ୍ତ ଅଭିଯୋଗ କରିଥିଲେ। ଏପିରିକି ତଦନ୍ତ ବେଳେ ସିସିଟିଭି ଚେକ୍‌ କରାଇବା ପାଇଁ ପୁଲିସକୁ କହିଥିଲେ।

Accused

Accused

Advertisment

ମିଛୁଆ ଏଜେଣ୍ଟ। ଟଙ୍କା ଉପାର୍ଜନ ଲୋଭରେ ଅନଲାଇନ ଗେମ ଖେଳୁଥିଲା। ଗେମରେ ହାରିଯାଇ ଲୁଟର ନାଟକ ରଚିଥିଲା। ଏନେଇ ଥାନାରେ ଅଭିଯୋଗ କରିଥିଲା। ହେଲେ ମିଛୁଆ ଏଜେଣ୍ଟଙ୍କ ସବୁ ଚାଲ ଧରା ପଡି ଯାଇଥିଲା। ଭୁବନେଶ୍ୱର କମିଶନରେଟ୍‌ ପୁଲିସ ମିଛୁଆ ଏଜେଣ୍ଟକୁ ଧରି କୋର୍ଟ ଚାଲାଣ କରିଛି।  

Advertisment

ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ଆଇଟିସି କମ୍ପାନୀରେ ଏଜେଣ୍ଟ ଭାବେ କାମ କରୁଥିଲେ ଜୟନ୍ତ କୁମାର ସାହୁ। ଗତ ଶନିବାର ସେ ବିଭିନ୍ନ ଷ୍ଟୋରରୁ ୩ ଲକ୍ଷ ୩୩ ହଜାର ଟଙ୍କା ଆଦାୟ କରିଥିଲେ। ସେହି ଟଙ୍କା ବ୍ୟାଙ୍କରେ ଡିପୋଜିଟ ନକରି ପାଖରେ ରଖିଥିଲେ। ପରବର୍ତ୍ତୀ ସମୟରେ ସେହି ଟଙ୍କାରେ ସେ ଅନ୍ୟ ଦୁଇ ସାଙ୍ଗଙ୍କ ସହ ମିଶି ଅନଲାଇନ୍ ଗେମ୍‌ ଖେଳିଥିଲେ। ଖେଳୁ ଖେଳୁ କେତେବେଳେ ଆକାଉଣ୍ଟ ଖାଲି ହୋଇଯାଇଥିଲା, ସେ ସମ୍ପର୍କରେ ଜାଣି ପରିନଥିଲେ। ଆଉ ଜାଣିଲା ବେଳକୁ କଲେକ୍ସନ ହୋଇଥିବା ଟଙ୍କା ଭିତରୁ ୨ ଲକ୍ଷ ୨୦ ହଜାର ଟଙ୍କା ଚାଲିଯାଇଥିଲେ। 

ଅନଲାଇନ୍ ଗେମ୍ ଖେଳି ଏକାସଙ୍ଗେ ଏତେ ଗୁଡିଏ ଟଙ୍କା ହରାଇବା ପରେ ଜୟନ୍ତଙ୍କ ଅକଲ ଗୁଡୁମ ହୋଇଯାଇଥିଲା। କମ୍ପାନୀରେ କେମିତି ଟଙ୍କା ଜମାକରିବେ, ସେହି ଚିନ୍ତାରେ ପଡିଯାଇଥିଲେ। ଏଥି ପାଇଁ ସେ ତାଙ୍କର ଦୁଇ ସାଙ୍ଗ ନିଶିକାନ୍ତ ସାହୁ ଓ ରାଜୁ ନାୟକଙ୍କ ସହଯୋଗ ଲୋଡିଥିଲେ। ବହୁ ବିଚାର ବିମର୍ଷ ପରେ ଲୁଟର ମିଛ ନାଟକ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଯୋଜନା ମୁତାବକ, ଟଙ୍କା ବ୍ୟାଗ୍ ଧରି ବାଇକରେ ବାହାରିଥିଲେ ଜୟନ୍ତ। ଆଉ ଗୋଟିଏ ବାଇକରେ ନିଶିକାନ୍ତ ସାହୁ ଓ ରାଜୁ ନାୟକ ତାଙ୍କୁ ପିଛା କରିଥିଲେ। ପୂର୍ବ ଯୋଜନା ମୁତାବକ ଖଣ୍ଡଗିରିର ଏକ ସପିଂ ମଲ୍ ନିକଟରେ ଜୟନ୍ତଠାରୁ ଟଙ୍କା ବ୍ୟାଗ୍ ଛଡାଇ ନେଇଥିଲେ ସହଯୋଗୀ। ତାଙ୍କ ପାଇଁ ମିଛ ଓ ପୁଲିସକୁ ସତ ଲାଗିବା ଭଳି ହୋଇଥିଲା ଲୁଟ୍। 

Advertisment

ନାଟକ ସରିଲା ପରେ କମ୍ପାନୀ ମୁଖ୍ୟଙ୍କୁ ଧରି ଜୟନ୍ତ ତମାଣ୍ଡୋ ଥାନାରେ ପହଞ୍ଚିଥିଲେ। ରାସ୍ତାରୁ ଟଙ୍କା ଲୁଟ୍ ହୋଇଥିବା ନିଜେ ଜୟନ୍ତ ଅଭିଯୋଗ କରିଥିଲେ। ଏପିରିକି ତଦନ୍ତ ବେଳେ ସିସିଟିଭି ଚେକ୍‌ କରାଇବା ପାଇଁ ପୁଲିସକୁ କହିଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍ ପୁଲିସ ମାମଲାର ଖୋଳତାଡ କରିଥିଲା। ତଦନ୍ତ ବେଳେ ପୁଲିସର ସନ୍ଦେହୀ ଆଖି ଜୟନ୍ତଙ୍କ ଉପରକୁ ଯାଇଥିଲା। ତା’ପରେ ତାକୁ ଜେରା କରିଥିଲା। ଘନଘନ ଜେରା ବେଳେ ନିଜ କୁକର୍ମକୁ ସ୍ୱୀକାର କରିଥିଲା। ଶେଷରେ ନିଜ ଦୋଷ ମାନିଥିଲା। ଅନ୍‌ଲାଇନ୍‌ ଗେମ ଖେଳି ଟଙ୍କା ହରାଇଥିବା ମାନିଥିଲା। ଏହା ପରେ ପୁଲିସ ଜୟନ୍ତ ଓ ତା’ର ଦୁଇ ସାଙ୍ଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

Bhubaneswar Bhubaneswar News Loot Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe