Advertisment

ନାବାଳିକା ପୋଡ଼ି ମାମଲାରେ ଦମ୍ପତିଙ୍କ ସମେତ ୩ ଦଣ୍ଡିତ

୨୦୧୭ ମାର୍ଚ୍ଚ ୨୬ ତାରିଖରେ ୩ ଅଭିଯୁକ୍ତ ଯଥା ଚକ୍ରଧର ନାୟକ, ତାଙ୍କ ପତ୍ନୀ ଅନିମା ଓ କେୟାରଟେକର ଚିନ୍ତାମଣି ନାବାଳିକାଙ୍କୁ ଘରେ ପୂରାଇ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା।

undefined

Judgment

Advertisment

୨୦୧୭ ନାବାଳିକା ପୋଡ଼ି ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ଦମ୍ପତିଙ୍କ ସମେତ ୩ ଜଣଙ୍କୁ ଆଜୀବନ ଜେଲ୍‌ ସହ ଜରିମାନା କରିଛନ୍ତି ବାରିପଦା ଆଡହକ୍‌ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ(ପୋକ୍ସୋ ଆଇନର ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ)। ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ରାୟରେ ଶୁଣାଇଛନ୍ତି।

Advertisment

ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧୀନ ଦୋଳିପୋଡା ଗାଁର ଗ୍ରାମସେବକ ଚକ୍ରଧର ନାୟକ ଓ ତାଙ୍କ ଶିକ୍ଷୟିତ୍ରୀ ପତ୍ନୀ ଅନିମା ବଳ ଜଣେ ନାବାଳିକାଙ୍କୁ ଘରେ ରଖି ପାଠ ପଢ଼ାଉଥିଲେ। ଝିଅଟି ପଞ୍ଚମ ଶ୍ରେଣୀରେ ପଢ଼ୁଥିଲେ। ହେଲେ ସେମାନେ ଝିଅକୁ ପାଠ ପଢ଼ାଇବା ପରିବର୍ତ୍ତେ ଘର କାମରେ ନିୟୋଜିତ କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ଚକ୍ରଧରଙ୍କ ଘରେ କେୟାରଟେକର ଭାବେ କାମ କରୁଥିବା ଚିନ୍ତାମଣି ବିଶ୍ୱାଳ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ପରିବାର ଲୋକେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। ତେଣୁ ନିଜ ଝିଅକୁ ଫେରାଇ ନେବାକୁ ଚାହିଁଥିଲେ। ହେଲେ ଚକ୍ରଧର ଓ ଅନିମା ନାବାଳିକାଙ୍କୁ ଯିବା ପାଇଁ ଦେଇନଥିଲେ। ଗାଳି ଦେଇ ନାବାଳିକାଙ୍କ ପରିବାର ଲୋକଙ୍କୁ ଫେରାଇ ଦେଇଥିବା ଅଭିଯୋଗ ହୋଇଥିଲା।

ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୭ ମାର୍ଚ୍ଚ ୨୬ ତାରିଖରେ ୩ ଅଭିଯୁକ୍ତ ଯଥା ଚକ୍ରଧର ନାୟକ, ତାଙ୍କ ପତ୍ନୀ ଅନିମା ଓ କେୟାରଟେକର ଚିନ୍ତାମଣି ନାବାଳିକାଙ୍କୁ ଘରେ ପୂରାଇ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ବାପାଙ୍କ ଅଭିଯୋଗ କ୍ରମେ ଶରତ ପୁଲିସ୍‌ ମାମଲା ରୁଜୁ କରି ଦମ୍ପତିଙ୍କ ସମେତ କେୟାରଟେକର ଶ୍ରୀ ବିଶ୍ୱାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Advertisment

ଆଜି ଏହି ସଙ୍ଗୀନ ମାମଲାରେ ରାୟ ପ୍ରକାଶ ପାଇଛି। ତଥ୍ୟ ପ୍ରମାଣ ଆଧାରରେ ବାରିପଦା ଆଢହକ୍‌ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ମାମଲାକୁ ବିଚାର କରି ଦମ୍ପତିଙ୍କ ସମେତ ଚାକର ଶ୍ରୀ ବିଶ୍ୱାଳଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ।

Crime Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe