Advertisment

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ୩ ସରକାରୀ ଅଧିକାରୀ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିଡିପିଓ(ଚାଇଲ୍ଡ ଡେଭପମେଣ୍ଟ ପ୍ରୋଜେକ୍ଟ ଅଫିସ୍‌ର), ସିଡିପିଓଙ୍କ ଅଫିସ୍‌ କିରାଣୀ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ।

ଅଦ୍ୟତନ ହୋଇଛି
Three government officials were caught by vigilance

Three government officials were caught by vigilance

Advertisment

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିଡିପିଓ(ଚାଇଲ୍ଡ ଡେଭପମେଣ୍ଟ ପ୍ରୋଜେକ୍ଟ ଅଫିସ୍‌ର), ସିଡିପିଓଙ୍କ ଅଫିସ୍‌ର କିରାଣୀ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ। ଗୋଟିଏ ଘଟଣା କୋରାପୁଟରେ ଘଟିଥିବା ବେଳେ ଅନ୍ୟଟି ଗଞ୍ଜାମରେ ଘଟିଛି।

Advertisment

ଅଙ୍ଗନବାଡି କର୍ମୀଙ୍କୁ ନିଯୁକ୍ତି ରିଲିଜ ଅର୍ଡର ଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କୋରାପୁଟ ଜିଲ୍ଲା ନାରାୟଣପାଟଣା ବନ୍ଧୁଗାଁ ସିଡିପିଓ ନମିତା ରାଣୀ ପାଉଲ ଓ ସିଡିପିଓ ଅଫିସ୍‌ର କିରାଣୀ(ରେଭନ୍ୟୁ ଆସିଷ୍ଟାଣ୍ଟ) ଅଶ୍ୱନି କୁମାର ପ୍ରଧାନ।

ସୂଚନା ମୁତାବକ, ବନ୍ଧୁଗାଁ ବ୍ଲକର ଦେର୍କା ଅଙ୍ଗନବାଡି କେନ୍ଦ୍ରରେ ଜଣେ ମହିଳା ନିଯୁକ୍ତି ପାଇଥିଲେ। ତାଙ୍କୁ ନିଯୁକ୍ତିପତ୍ରର ରିଲିଜ ଅର୍ଡର ଦେବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଉଭୟ ଅଭିଯୁକ୍ତ। ଏନେଇ ନିଯୁକ୍ତି ପାଇଥିବା ଅଙ୍ଗନୱାଡି କର୍ମୀଙ୍କ ବାପା ରାଉତ କୁଲେସିକା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ତେଣୁ ଭିଜିଲାନ୍ସ ଏହି ଲାଞ୍ଚୁଆ କିରାଣୀଙ୍କୁ ଧରିବାକୁ ଜାଲ ବିଛାଇଥିଲା।

Advertisment

ଆଜି ଶ୍ରୀ କୁଲେସିକାଙ୍କ ଠାରୁ ଅଶ୍ୱିନୀ ୪୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ଭିଜିଲାନ୍ସ ପକ୍ଷରୁ ପ୍ରଲେପ ଦିଆଯାଇଥିବା ଟଙ୍କା ଅଶ୍ୱିନୀ ଲାଞ୍ଚ ଭାବେ ଗ୍ରହଣ କରିଥିଲେ। ଅଶ୍ୱିନୀଙ୍କ ଠାରୁ ଏହି ଟଙ୍କା ଜବତ କରିବା ସହ ତାଙ୍କୁ ଓ ସିଡିପିଓ ଶ୍ରୀମତି ପାଉଲଙ୍କୁ ତଦନ୍ତକାରୀ ଟିମ୍ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଅଧିକ ତଦନ୍ତ କରୁଛନ୍ତି।

ଏହି ପଦବୀରେ ନିଯୁକ୍ତି ପତ୍ର ଦେବା ପାଇଁ ଶ୍ରୀ କୁଲେସିକାଙ୍କ ଠାରୁ ଅଶ୍ୱିନୀ ଓ ସିଡିପିଓ ପୂର୍ବରୁ ମଧ୍ୟ ଏକ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏନେଇ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି।

ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ମାଲକାନଗିରି ଓ ଜୟପୁରର ୧୧ଜଣିଆ ଟିମ ଏହି ଚଢ଼ାଉ କରିଥିଲେ।

ସେହିପରି ଭତ୍ତା କରାଇବାକୁ ଲାଞ୍ଚ ନେଲା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ନାୟକ। ଜଣେ ହିତାଧିକାରୀଙ୍କଠୁ ସେ ୬ ହଜାର ଲାଞ୍ଚ ନେଉଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କାକୁ ଜବତ କରାଯାଇଛି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

Vigilance Raid Crime Bribe Odisha Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe