Advertisment

ସାଇବର ଲୁଟ୍‌: ବିଡିଓ ବୋଲି ପରିଚୟ ଦେଇ ୩ ପ୍ରଧାନଶିକ୍ଷକଙ୍କ ଠାରୁ ନେଇଗଲେ ୪୩ ହଜାର ଟଙ୍କା

ଭାପୁର ବ୍ଲକର ପ୍ରାୟ ସବୁ ସ୍କୁଲର ପ୍ରଧାନ ଶିକ୍ଷକ ମାନଙ୍କୁ ସାଇବର ଲୁଟେରା ଟାର୍ଗେଟ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଫସି ଯାଇଛନ୍ତି।

Cyber Loot

Cyber Loot

Advertisment

ନିଜକୁ ବିଡିଓ ବୋଲି ପରିଚୟ ଦେଇ ୩ ଜଣ ପ୍ରଧାନ ଶିକ୍ଷକଙ୍କ ଠାରୁ ୪୩ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା। ନୟାଗଡ଼ ଜିଲା ଭାପୁର ବ୍ଲକରେ ଘଟିଛି ଏହି ଘଟଣା।

Advertisment

ଭାପୁର ବ୍ଲକର ପ୍ରାୟ ସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ସାଇବର ଲୁଟେରା ଟାର୍ଗେଟ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଫସି ଯାଇଛନ୍ତି। ସାଇବର ଲୁଟେରା ୨ ଜଣଙ୍କ ଠାରୁ ୨୦ ହଜାର ଟଙ୍କା ଲେଖାଏ (୪୦ ହଜାର) ଓ ଅନ୍ୟ ଜଣଙ୍କ ଠାରୁ ୩ ହଜାର ଟଙ୍କା ଲୁଟି ନେଇଛନ୍ତି।

ସାଇବର ଲୁଟେରା ପ୍ରଥମେ ଏହି ପ୍ରଧାନ ଶିକ୍ଷକମାନଙ୍କୁ ଫୋନ କରି ଭାପୁର ବିଡିଓ ବୋଲି ପରିଚୟ ଦେଇଥିଲେ ଓ ଟଙ୍କା ପଠାଇବାକୁ କହିଥିଲେ। ଟଙ୍କା ପଠାଇବା ପାଇଁ YONO ବ୍ୟବହାର କରିବାକୁ କହିଥିଲେ। ସାଇବର ଲୁଟେରା ଏହି ଶିକ୍ଷକମାନଙ୍କ ଠାରୁ OTP ନମ୍ବର ମାଗି ନେଇଥିଲେ ଓ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରି ଦେଇଥିଲେ।

Advertisment

ସାଇବର ଲୁଟେରାଙ୍କ ଶିକାର ହୋଇଥିବା ଏହି ଶିକ୍ଷକମାନେ ଅନ୍‌ଲାଇନରେ ସାଇବର ଥାନାରେ ଅଭିଯୋଗ କରିବା ସହ ଫତେଗଡ଼ ଥାନାରେ ଏତଲା ମଧ୍ୟ ଦେଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ପ୍ରଧାନ ଶିକ୍ଷକ ମାନଙ୍କ ବୈଠକ ଡକାଯାଇ ସେମାନଙ୍କୁ ସାଇବର ଲୁଟ୍ ସଂପର୍କରେ ସଚେତନ କରାଯିବ ବୋଲି କହିଛନ୍ତି ଭାପୁର ବ୍ଲକ ଶିକ୍ଷାଧିକାରୀ (ବିଇଓ)।

Cyber Crime Cyber Fraud Cyber Loot Cyber Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe