Advertisment

ପୁରୁଣା ଷ୍ଟାଇଲରେ ୩ ଲକ୍ଷ ଲୁଟ୍‌

୩ ଲୁଟେରାଙ୍କ ଚକ୍ରବ୍ୟୁହରେ ଫସିଗଲେ।

ଅଦ୍ୟତନ ହୋଇଛି
Money

Money

Advertisment

ସେହି ଚିରାଚରିତ ଓ ପୁରୁଣା ଷ୍ଟାଇଲରେ ଦିନ ଦ୍ୱିପହରରେ ଲୁଟ୍ ହୋଇଗଲା ୩ ଲକ୍ଷ ଟଙ୍କା। ଘଟଣାଟି ଘଟିଛି କଟକ ଜିଲ୍ଲା ଚୌଦ୍ୱାର ଥାନା ଚୁଡ଼ାଖିଆ ବଜାରରେ।

Advertisment

ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ବୈକୁଣ୍ଠନାଥ ରାଉତ। ତାଙ୍କ ଘର ଆଠଗଡ଼ ବ୍ଲକ ନଈମାଳିଆ ଗାଁରେ।

ବୈକୁଣ୍ଠନାଥ ଆଜି ଚୌଦ୍ୱାର ଏସ୍‌ବିଆଇ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇ ତାଙ୍କ ସ୍କୁଟି ଡିକିରେ ରଖି ଗ୍ରାମ ଅଭିମୁଖେ ଯାଇଥିଲେ। ବାଟରେ ସେ ଚୁଡ଼ାଖିଆ ବଜାରରେ କିଛି ଜିନିଷ କିଣିବା ପାଇଁ ଅଟକି ଥିଲେ।

Advertisment

ଗାଡ଼ି ରଖି ସେ ଛିଡ଼ା ହୋଇଥିବା ବେଳେ ଜଣେ ଯୁବକ ତାଙ୍କ ନିକଟକୁ ଆସିଥିଲେ। ସେଠାରୁ ମାତ୍ର ଏକ ମିଟର ଦୂରତାରେ ଥିବା ଏକ ବାଇକ୍‌ ଆଡ଼କୁ ଅଙ୍ଗୁଳି ଦେଖାଇ ଉକ୍ତ ଯୁବକ ଜଣଙ୍କ ତାଙ୍କୁ କହିଥିଲେ ଯେ ସେଠାରେ ପଡ଼ିଥିବା ନୋଟ୍‌ଗୁଡ଼ିକ ତାଙ୍କର କି?

ସେହି ବାଇକ୍‌ ପାଖରେ ୧୦/୧୫ଟି ୧୦ ଟଙ୍କିଆ ନୋଟ୍ ପଡ଼ିଥିବା ବୈକୁଣ୍ଠନାଥ ଦେଖିଲେ। ତେବେ ସେହି ଟଙ୍କା ତାଙ୍କର ନୁହେଁ ବୋଲି କହିଥିଲେ। ଏହା ଶୁଣିବା ପରେ ଯୁବକ ଜଣଙ୍କ ତାଙ୍କୁ ନୋଟ୍‌ଗୁଡ଼ିକୁ ଉଠାଇ ଦେବାକୁ କହିଥିଲେ।

ଯୁବକଙ୍କ ଚାଲ୍‌ ଜାଣିନପାରି ବୈକୁଣ୍ଠନାଥ ତଳେ ପଡ଼ିଥିବା ୧୦ ଟଙ୍କିଆ ନୋଟ୍‌ଗୁଡ଼ିକୁ ଉଠାଉଥିବା ବେଳେ ତାଙ୍କ ସ୍କୁଟିର ଡିକି ଖୋଲିବାର ଶବ୍ଦ ଶୁଣିପାରିଥିଲେ। ସେ ପଛକୁ ଚାହିଁଲା ବେଳକୁ ଜଣେ ବ୍ୟକ୍ତି ତାଙ୍କ ଟଙ୍କା ନେଇ ଦୌଡ଼ି ପଳାଇଥିଲା। ବୈକୁଣ୍ଠନାଥ ତାଙ୍କୁ ଗୋଡ଼ାଇବା ବେଳେ ସେ ଏକ ବାଇକ୍‌ ପଛରେ ବସି ଫେରାର ହୋଇଯାଇଥିଲେ। ସେହିପରି ସେ ନିରାଶ ହୋଇ ତାଙ୍କ ସ୍କୁଟି ନିକଟକୁ ଆସିଲା ବେଳକୁ ସେହି ଯୁବକ ମଧ୍ୟ ସେଠାରେ ନଥିଲେ, ଯିଏ ତାଙ୍କୁ ତଳେ ଟଙ୍କା ପଡ଼ିଛି ବୋଲି କହିଥିଲେ।

ଲୁଟ୍‌ର ଶିକାର ହେବା ପରେ ବୈକୁଣ୍ଠନାଥ ଚୌଦ୍ୱାର ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ କୌଣସି ପ୍ରତିକ୍ରିୟା ଦେଇନାହିଁ।

Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe