Advertisment

୩ ବାଘ ଛାଲ ଜବତ, ଜଣେ ଗିରଫ

୩ଟି ବାଘ ଛାଲ ସହିତ ୩ଟି ହରିଣ ଛାଲ ଜବତ କରିଛି ଏସ୍‌ଟିଏଫ୍‌।

author-image
Jitendra Garnayak
Tiger Skin

Tiger Skin

କଳାହାଣ୍ଡି ଜିଲ୍ଲା ଏମ୍‌. ରାମପୁର ଥାନା ଶ୍ରୀପଲ୍ଲୀ ଛକ ନିକଟରୁ ଏସ୍‌ଟିଏଫ୍ ଜଣେ ବାଘଛାଲ ବେପାରୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୩ଟି କଲରାପତରିଆ ବାଘର ଛାଲ ଓ ୩ଟି ହରିଣ ଛାଲ ଜବତ କରିଛି। 

Advertisment

ଗିରଫ ଅଭିଯୁକ୍ତଙ୍କ ନାଁ ଖଗେଶ୍ୱର ପୁଟେଲ (୫୬)। ତାଙ୍କ ଘର କଳାହାଣ୍ଡି ଜିଲ୍ଲା ଏମ. ରାମପୁର ଥାନା ଅନ୍ତର୍ଗତ ପୂଜିଲଡ଼ୁ ଗାଁରେ।

ଖଗେଶ୍ୱର ପୁଟେଲ ବାଘ ଛାଲ ରଖିଥିବା ଓ ବିକ୍ରି ଉଦ୍ଦେଶ୍ୟରେ ଶ୍ରୀପଲ୍ଲୀ ଛକରେ ଥିବା ନେଇ ଏସ୍‌ଟିଏଫ୍‌ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା। ଏହା ପରେ ଏସ୍‌ଟିଏଫ୍‌ର ଏକ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ଏମ୍‌.ରାମପୁର ଓ ନର୍ଲା ମଧ୍ୟସ୍ଥ ରାଜ୍ୟ ରାଜପଥର ଶ୍ରୀପଲ୍ଲୀ ଛକରେ ଚଢ଼ାଉ କରି ଖଗେଶ୍ୱରଙ୍କୁ ଧରିଥିଲା। ସେ ଛାଲଗୁଡ଼ିକ ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଏସ୍‌ଟିଏଫ୍ ତାଙ୍କୁ ଗିରଫ କରିଥିଲା। 

Advertisment

ଏସ୍‌ଟିଏଫ୍ ଜବତ ଛାଲଗୁଡ଼ିକୁ ଡେରାଡୁନ ସ୍ଥିତ ୱାଇଲ୍ଡଲାଇଫ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ବାୟୋଲୋଜିକାଲ ଯାଞ୍ଚ ପାଇଁ ପଠାଇବ। ଅନ୍ୟପକ୍ଷରେ ଏହି ଘଟଣାରେ ଏସଟିଏଫର ତଦନ୍ତ ଜାରି ରହିଛି।

STF Tiger Skin