Advertisment

ଭଡ଼ା ବାଇକ୍‌ରେ କରୁଥିଲେ ଲୁଟପାଟ, ଝାମ୍ପି ନେଉଥିଲେ ଚେନ୍‌ ଓ ମୋବାଇଲ ଫୋନ୍

ଗତ ୨୦ ତାରିଖରେ ଦୁଇ ଜଣଙ୍କ ଠାରୁ ଚେନ୍ ଓ ଜଣଙ୍କ ଠାରୁ ମୋବାଇଲ୍ ଫୋନ୍ ଝାମ୍ପି ନେଇଥିଲେ।

author-image
Jitendra Garnayak
Police

Police

ପୁଲିସକୁ ଚକମା ଦେବା ପାଇଁ ଭଡ଼ାରେ ବାଇକ୍‌ ଆଣି କରୁଥିଲେ ଲୁଟପାଟ। ରାଜଧାନୀର ବିଭିନ୍ନ ରାସ୍ତାରେ ଯା’ଆସ କରୁଥିବା ଲୋକଙ୍କ ଠାରୁ ଝାମ୍ପି ନେଉଥିଲେ ମୋବାଇଲ୍‌ ଫୋନ୍ ଓ ସୁନା ଚେନ୍‌। ହେଲେ ଭୁବନେଶ୍ୱରର ଖଣ୍ଡଗିରି ଥାନା ପୁଲିସ୍ ସେମାନଙ୍କୁ ଧରିବାରେ ସଫଳ ହୋଇଛି। ଏହି ଲୁଟେରା ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି।

Advertisment

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ସୁରେଶ ନାୟକ ଓରଫ ରଙ୍ଗା ଓ ପି ରାମୁଲୁ ରାଓ। ଅନ୍ୟ ଜଣେ ଅଭିଯୁକ୍ତ ନାବାଳକ। ରଙ୍ଗା ନାଁ ରେ ୩ଟି ଓ ପି ରାମୁଲୁ ରାଓ ନାଁରେ ୧୦ରୁ ଅଧିକ ଲୁଟ୍‌ ମାମଲା ରହିଛି।

ଗତ ୨୦ ତାରିଖରେ ଖଣ୍ଡଗିରି ବାରି ଅଞ୍ଚଳର ଲକ୍ଷ୍ମୀଧର ବାରିକ ବାଇକରେ ପତ୍ନୀଙ୍କ ସହ ବରମୁଣ୍ଡା ଓଭରବ୍ରିଜ ଦେଇ ଯାଉଥିବା ସମୟରେ ଚେନ୍‌ ଲୁଟ୍‌ର ଶିକାର ହୋଇଥିଲେ।

Advertisment

ଅଭିଯୁକ୍ତମାନେ ସେମାନଙ୍କଠାରୁ ଚେନ୍ ଝାମ୍ପି ନେବା ପରେ ରାମମନ୍ଦିର ପାଖରୁ ଆଉ ଜଣଙ୍କଠାରୁ ଏକ ଚେନ ନେଇ ଯାଇଥିଲେ। ତା’ପରେ ବିଜେବି କଲେଜ ସମ୍ମୁଖରୁ ଜଣଙ୍କ ଠାରୁ ମୋବାଇଲ ନେଇ ଯାଇଥିଲେ।

ଏ ନେଇ ଅଭିଯୋଗ ପାଇବା ପରେ ପୁଲିସ ସିସିଟିଭି ଆଧାରରେ ଜାଣିବାକୁ ପାଇଥିଲା ଯେ ସେମାନେ ଭଡ଼ାରେ ବାଇକ ଆଣି ଲୁଟପାଟ କରୁଛନ୍ତି। ତଦନ୍ତ ପରେ ଜଣେ ନାବାଳକ ସମେତ ୩ ଜଣଙ୍କ ଗିରଫ କରିଛି ପୁଲିସ୍। ସେମାନଙ୍କ ଠାରୁ ୪ଟି ସୁନା ଚେନ, ଗୋଟିଏ ବାଇକ ଓ ୩ଟି ମୋବାଇଲ ଜବତ କରାଯାଇଛି। ଚୋରି ସୁନାକୁ ସେମାନେ ନେଇ ଅନ୍ୟ ଜାଗାରେ ବନ୍ଧକ ରଖି ଟଙ୍କା ଆଣୁଥିଲେ ବୋଲି ଜାଣିବାକୁ ପାଇଛି ପୁଲିସ୍।

Loot Commissionerate Police Lootera