Suicide
ଗୋଟିଏ ପରିବାରର ୩ ଜଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ବାପା, ମାଆ ଓ ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣାଟି ଘଟିଛି କଟକ ସିଡିଏ ସେକ୍ଟର ୬ ଅଞ୍ଚଳରେ।
Advertisment
ବେଙ୍ଗାଲୁରୁର ଏକ ଆଇଟି କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଥିବା ସୌମ୍ୟ ରଞ୍ଜନ ପଣ୍ଡାଙ୍କ ସହିତ ତାଙ୍କ ବାପା ଉମାଚରଣ ପଣ୍ଡା ଓ ମା' ସରୋଜିନୀ ପଣ୍ଡା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଗୁରୁବାର ବିଳମ୍ବିତ ରାତିରେ ବନ୍ଦ ଘରୁ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୌମ୍ୟଙ୍କ ବାପା ଉମାଚରଣ ପଣ୍ଡା ଓ ମା’ ସରୋଜିନୀ ପଣ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି।
Advertisment
ତେବେ କାହିଁକି ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କଲେ, ତାହା ସ୍ପଷ୍ଟ ହୋଇନାହିଁ। ମର୍କତ ନଗର ଥାନା ପୁଲିସ ଏହି ମାମଲାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
