Advertisment

ତାସ୍‌ ଖେଳରୁ ହତ୍ୟାକାଣ୍ଡ, ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

୬ ବର୍ଷ ତଳେ ଗଞ୍ଜାମ ଜିଲ୍ଲାରେ ଘଟିଥିଲା ଏହି ହତ୍ୟାକାଣ୍ଡ।

author-image
Jitendra Garnayak
Jail

Jail

ହିଞ୍ଜିଳିକାଟୁ ସର୍କିଟ କୋର୍ଟରେ ଗୁରୁବାର ଛତ୍ରପୁର ଅତିରିକ୍ତ ଜିଲ୍ଲାଦୌରା ଜଜ୍ ମନୋରଞ୍ଜନ ଦାସ ଏକ ହତ୍ୟା ମାମଲାର ବିଚାର କରି ତିନି ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

Advertisment

ଆଜୀବନ କାରାଦଣ୍ଡାଦେଶ ପାଇଥିବା ବ୍ୟକ୍ତିମାନେ ହେଲେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସାରୁ ଗ୍ରାମର ଦିଲ୍ଲୀ ଦାସ, ରମାରଥ ଦାସ ଓ ସୁଧୀର ଦାସ।

ଗତ ୨୦୧୭ ଏପ୍ରିଲ ୩୦ ତାରିଖରେ ଏହି ତିନି ଜଣ ଓ ସେହି ଗାଁର ଶୁକଦେବ ନାୟକଙ୍କ ମଧ୍ୟରେ କୋଠ ଘରେ ତାସ୍ ଖେଳକୁ ନେଇ ଗଣ୍ଡଗୋଳ ହୋଇଥିଲା। ପରେ ଶୁକଦେବ ନାୟକ ଖେଳ ଛାଡ଼ି ଘରକୁ ଚାଲିଯାଇଥିଲା। ତେବେ ଉତ୍‌କ୍ଷିପ୍ତ ଦିଲ୍ଲୀ, ରମା ଓ ସୁଧୀର ତାଙ୍କ ଘରକୁ ଯାଇଥିଲେ ଏବଂ ଏକ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଶୁକଦେବଙ୍କର ମୃତ୍ୟୁ ଘଟିଥିଲା।

Advertisment

ଏହି ଘଟଣା ନେଇ ଶୁକଦେବଙ୍କ ସ୍ତ୍ରୀ ଝିଲି ନାୟକ ତା’ ପରଦିନ ଅର୍ଥାତ୍ ୧.୫.୨୦୧୭ରେ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହିଞ୍ଜିଳି ଥାନାର ତତକାଳୀନ ଆଇଆଇସି ପ୍ରଶାନ୍ତ କୁମାର ସାହୁ ତାଙ୍କ ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀ ଦାସ, ରମାରଥ ଦାସ ଓ ସୁଧୀର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

Murder Life Imprisonment