Advertisment

ଆମେରିକାରେ ତିନି ପାଲେଷ୍ଟାଇନ ଛାତ୍ରଙ୍କୁ ଗୁଳିମାଡ

ସେମାନେ ପାଠ ପଢୁଥିବା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁଳି କରାଯାଇଥିବା ଅଭିଯୋଗ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଆମେରିକାରେ ତିନି ଜଣ ପାଲେଷ୍ଟିନୀୟ ଛାତ୍ରଙ୍କୁ ଗୁଳିମାଡ। ସେମାନେ ପାଠ ପଢୁଥିବା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁଳି କରାଯାଇଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶନିବାର ସନ୍ଧ୍ୟାରେ ଏହି ତିନି ଛାତ୍ରଙ୍କ ଉପରକୁ ଗୁଳିଚାଳନା କରାଯାଇଥିଲା।

Advertisment

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସମୟରେ ଆମେରିକାରେ ଏପରି ଏକ ଘଟଣା ଘଟିଛି। ସୂଚନା ଅନୁସାରେ, ଭରମଣ୍ଟ ବିଶ୍ୱବିଦ୍ୟାଳୟ ନିକଟରେ ଛାତ୍ରମାନେ ଛିଡା ହୋଇଥିଲେ। ସେମାନେ କୌଣସି ସମ୍ପର୍କୀୟଙ୍କୁ ଭେଟିବା ପରେ ଏଠାରେ ଛିଡା ହୋଇ ନିଜ ନିଜ ଭିତରେ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ସେମାନଙ୍କୁ ଅତର୍କିତ ଗୁଳି ଚାଳନା କରିଥିଲେ। ଫଳରେ ସେମାନେ ତଳେ ପଡି ଯାଇଥିଲେ।  

ଆହତ ତିନି ଛାତ୍ରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭରମଣ୍ଟ ବିଶ୍ୱବିଦ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁଇ ଜଣଙ୍କ ଅବସ୍ଥା ସ୍ଥିର ଥିବାବେଳେ ଅନ୍ୟଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି।

Advertisment

ପୁଲସର କହିବା ଅନୁସାରେ, ତିନି ଜଣ ଛାତ୍ରଙ୍କ ଉପରକୁ ଚାରି ରାଉଣ୍ଡ୍ ଗୁଳି କରାଯାଇଛି। ଗୁଳିଗୁଡିକ ସେମାନଙ୍କ ପାଦରେ ବାଜିଛି।  ତେବେ କେଉଁ କାରଣରୁ ନିର୍ଦ୍ଦିଷ୍ଟ ପାଲେଷ୍ଟାଇନ ଛାତ୍ରଙ୍କୁ ଗୁଳି କରାଯାଇଛି ତାର କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

United States Palestinian Palestinian Student Crime America Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe