Advertisment

ବିହାରରୁ ବନ୍ଧୁକ ଆଣି କରୁଥିଲେ ବେପାର, ୩ ଜଣଙ୍କୁ ବାନ୍ଧିଲା କଟକ କମିଶନରେଟ ପୁଲିସ୍

ସେମାନଙ୍କ ଠାରୁ ୪ଟି ବନ୍ଧୁକ ଓ ୧୨ ରାଉଣ୍ଡ ଗୁଳି ଜବତ କରାଯାଇଛି।

Arrested Persons

Arrested Persons

Advertisment

ବେଆଇନ ଭାବେ ବନ୍ଧୁକ ବିକ୍ରି କରୁଥିବା ୩ ଅପରାଧୀଙ୍କୁ ଗିରଫ କରିଛି କଟକ କମିଶନରେଟ ପୁଲିସ। ଜଗତପୁର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାଡ୍ ମିଳିତ ଭାବେ ଚଢ଼ାଉ କରି ଏହି ୩ ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ଠାରୁ ୪ଟି ବନ୍ଧୁକ ଓ ୧୨ ରାଉଣ୍ଡ ଗୁଳି ଜବତ କରାଯାଇଛି।

Advertisment

ଦୁର୍ଦ୍ଦାନ୍ତ ଅପରାଧୀ ବବୁଆ ବନ୍ଧୁକ କାରବାର କରୁଥିବା ନେଇ ଖବର ପାଇଥିଲା କଟକ କମିଶନରେଟ୍ ପୁଲିସ। ଏହା ପରେ ସ୍ପେଶାଲ ସ୍କ୍ୱାଡ୍ ଓ ଜଗତପୁର ଥାନା ପୁଲିସ ମିଳିତ ଭାବେ ଚଢ଼ାଉ କରି ବବୁଆକୁ କାବୁ କରିଥିଲେ। ତା’ ନିକଟରୁ ଗୋଟିଏ ବନ୍ଧୁକ ଓ ୩ଟି ଗୁଳି ଜବତ କରାଯାଇଥିଲା।

ପଚରାଉଚରା ବେଳେ ଜଗତସିଂହପୁର ଜିଲ୍ଲାର ଦୁର୍ଦ୍ଦାନ୍ତ ଅପରାଧୀ ପିଣ୍ଟୁ ଓରଫ ପ୍ୟାରୀମୋହନ ଦାସ ବନ୍ଧୁକ ରଖିଥିବା କହିଥିଲା ବବୁଆ। ପୁଲିସ୍ ପିଣ୍ଟୁ ନିକଟରୁ ୨ଟି ବନ୍ଧୁକ ଓ ୭ ରାଉଣ୍ଡ ଗୁଳି ଜବତ କରିଥିଲା। ସେହିପରି ବବୁଆର ଆଉ ଜଣେ ସହଯୋଗୀ ମିହିର କୁମାର ରାୟ ଠାରୁ ଗୋଟିଏ ବନ୍ଧୁକ ଓ ୨ ରାଉଣ୍ଡ ଗୁଳି ଜବତ କରିଥିଲା ପୁଲିସ୍‌।

Advertisment

ଡିସିପି କନୱର ବିଶାଲ ସିଂହଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ବିହାରର ମୁଙ୍ଗେରରୁ ବନ୍ଧୁକ ଆଣି ଏଠାରେ ବ୍ୟବସାୟ କରିବା ସହ ଅପରାଧ ମଧ୍ୟ ଘଟାଉଥିଲେ। ସମସ୍ତ ଅଭିଯୁକ୍ତ ଏଟିଏମ ଟଙ୍କା ଗାଡି ଲୁଟ କରିବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ୍ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲା।ଏହି ଗ୍ୟାଙ୍ଗର ଆଉ ୨ ସଦସ୍ୟ ଫେରାର ଅଛନ୍ତି। ବବୁଆ ନାଁ ରେ ୧୦ଟି ମାମଲା ଥିବା ବେଳେ ପିଣ୍ଟୁ ନାଁ ରେ ୧୯ଟି ମାମଲା ରହିଛି। ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିସିପି କନୱର ବିଶାଲ ସିଂହ।

Commissionerate Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe