Advertisment

ଘର ଭିତରୁ ନିଖୋଜ ହୋଇଗଲା ସାଢ଼େ ୩ ବର୍ଷର ଶିଶୁପୁତ୍ର

ଘରକୁ ଆସିଥିବା ଜଣେ ସଂପର୍କୀୟ ଓ ଅନ୍ୟ ଜଣେ ଯୁବକ ଛୁଆଟିକୁ ଅପହରଣ କରିଥିବା ଅଭିଯୋଗ ହୋଇଛି।

Child

Child

Advertisment

ମା’ ରୋଷେଇ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଘରୁ ନିଖୋଜ ହୋଇଗଲା ସାଢ଼େ ୩ ବର୍ଷର ଶିଶୁପୁତ୍ର। ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମଙ୍ଗଳପୁରରେ ଘଟିଛି ଏହି ଘଟଣା। ଶିଶୁଟିକୁ ଅପହରଣ କରାଯାଇଥିବା ନେଇ ତା’ର ମା’ ଜଗତସିଂହପୁର ସଦର ଥାନାରେ ଅଭିଯୋଗ କରିଛନ୍ତି।

Advertisment

ନିଖୋଜ ଶିଶୁଟିର ନାଁ କବିର ଖାନ। ତା’ ବାପାଙ୍କ ନାଁ ଫାରୁକ୍ ଖାନ୍। ନିଖୋଜ ଶିଶୁଟିର ମା’ ସବାନା ବେଗମ ଥାନାରେ ଦେଇଥିବା ଏତଲା ଅନୁଯାୟୀ ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଛି।

ସେତେବେଳେ ସବାନାଙ୍କ ଘରକୁ ତାଙ୍କ ଭଉଣୀଙ୍କ ପୁଅ ରାଜା ଆସିଥିଲେ। ରାଜା ଜଗତସିଂହପୁର କୋର୍ଟ ଛକରେ ରହନ୍ତି। ତାଙ୍କ ସହିତ ଆଉ ଜଣେ ଯୁବକ ସବାନାଙ୍କ ଘରକୁ ଆସିଥିଲେ। ଉକ୍ତ ଯୁବକଙ୍କୁ ସବାନା ଚିହ୍ନି ନଥିବା ଏତଲାରେ ଦର୍ଶାଇଛନ୍ତି।

Advertisment

ରାଜା ଓ ଉକ୍ତ ଯୁବକ ୩ ବର୍ଷର ଶିଶୁପୁତ୍ର କବିର ଖାନଙ୍କ ସହିତ ଘରେ ଖେଳୁଥିଲେ। ସବାନା ରୋଷେଇ କାର୍ଯ୍ୟରେ ବ୍ୟସ୍ତ ଥିଲେ। କିଛି ସମୟ ପରେ ସେ ଆସି ଦେଖିଲେ ଯେ ତାଙ୍କ ପୁଅ ସେଠାରେ ନାହିଁ। ପୁଅ କୁଆଡ଼େ ଗଲା ବୋଲି ସେ ରାଜା ଓ ଉକ୍ତ ଅଚିହ୍ନା ଯୁବକଙ୍କୁ ପଚାରିଥିଲେ। ସେମାନେ କହିଥିଲେ ଏଇଠି ଖେଳୁଥିଲା।

ଏହା ପରେ ଘର ଭିତର ସହିତ ବାହାରେ ଆଖପାଖ ସ୍ଥାନରେ ପୁଅକୁ ଖୋଜିଥିଲେ ସବାନା। କିନ୍ତୁ ପାଇ ନଥିଲେ। ସେ ପୁଅକୁ ଖୋଜାଖୋଜି କରୁଥିବା ବେଳେ ରାଜା ଓ ଉକ୍ତ ଯୁବକ ସେଠାରୁ ପଳାଇ ଯାଇଥିଲେ।

ରାଜାଙ୍କୁ ସବାନା ଫୋନ୍ କରିଥିଲେ। କିନ୍ତୁ ରାଜା ଉଠାଇ ନଥିଲେ। ରାଜା ଓ ଉକ୍ତ ଯୁବକ ତାଙ୍କ ପୁଅକୁ ଅପହରଣ କରି ନେଇଥିବା ସବାନା ଅନୁମାନ କରୁଥିବା ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି।

Missing Child Missing Son
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe