Advertisment

ଆଇଆଇଟି ବିଏଚ୍‌ୟୁ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା, ବନ୍ଧା ହେଲେ ୩ ଜଣ

ଗିରଫ ୩ ଅଭିଯୁକ୍ତ ବିଜେପି ଆଇଟି ସେଲ୍‌ର କର୍ମୀ ବୋଲି ଜଣାପଡିଛି।

BHU Student Rape Case

BHU Student Rape Case

Advertisment

ଧରାପଡିଲେ ଆଇଆଇଟି ବିଏଚ୍‌ୟୁ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାର ଅଭିଯୁକ୍ତ। ୨ ମାସ ତଳେ ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ହୋଇଥିବା ଦୁଷ୍କର୍ମ ମାମଲାରେ ସମସ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।

Advertisment

ଗିରଫ ଯୁବକମାନେ ହେଲେ କୁନାଲ ପାଣ୍ଡେ, ଆନନ୍ଦ ଓରଫ ଅଭିଷେକ ଚୌହାନ ଓ ସକ୍ଷମ ପଟେଲକୁ ବାରାଣସି ପୁଲିସ ଗିରଫ କରିଛି। ଏହି ୩ ଅଭିଯୁକ୍ତ ବିଜେପି ଆଇଟି ସେଲର କର୍ମୀ ବୋଲି ଜଣାପଡିଛି। ଏହାକୁ ନେଇ ଏବେ ବିବାଦ ଜୋର ଧରିଛି। ଘଟଣାର ୬୦ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ବିଜେପି ବାଣ ମାରିଛି।

କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟ କହିଛନ୍ତି କି, ଗିରଫଦାରୀ ବିଳମ୍ବ ନେଇ ସ୍ପଷ୍ଟ ହୋଇସାରିଥିଲା କି, ଅଭିଯୁକ୍ତମାନଙ୍କ ସହ ବିଜେପିର ସଂପର୍କ ରହିଛି । ଅଖିଳେଶ କହିଛନ୍ତି କି, ବିଜେପି ସଂସଦରେ ଏକଛତ୍ରବାଦ ଚଳାଇବା ପରେ ତାଙ୍କ ଦଳର ଶିଷ୍ୟମାନେ ଏବେ ରାଜରାସ୍ତାରେ ଏକଛତ୍ରବାଦ ଚଳାଇଛନ୍ତି। ସେପଟେ ଏହି ମାମଲାରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି ମାମଲାର ତଦନ୍ତ ଜାରି ରଖିଥିବା ଏସପି ଅତୁଲ ରଞ୍ଜନ କହିଛନ୍ତି।

Advertisment

କହିରଖୁ ଯେ, ଦୁଇ ମାସ ପୂର୍ବେ ଆଇଆଇଟି ବିଏଚୟୁରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଏହାପରେ ବନ୍ଧୁକ ମୁନରେ କିଛି ଯୁବକ ତାଙ୍କୁ ଉଠାଇ ନେଇ ଉଲଗ୍ନ କରି ଭିଡିଓ କରି ଗଣଦୁଷ୍କର୍ମ କରିଥିଲେ। ଏନେଇ ପ୍ରଥମେ ପୀଡିତାଙ୍କ ଅଭିଯୋଗ ଆଧାରରେ ଅସଦାଚରଣ ମାମଲା ରୁଜୁ ହୋଇଥିଲା। ପରେ ଏହି ମାମଲାରେ ଗଣଦୁଷ୍କର୍ମ ଧାରା ଯୋଡା ଯାଇଥିଲା। ଘଟଣା ଘଟିବାର ୮ ଦିନ ପରେ ପୀଡିତାଙ୍କ ବୟାନ ରେକର୍ଡ କରିଥିଲା ପୁଲିସ। ଏହାକୁ ନେଇ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ।

Bjp Banaras Hindu University IIT Student Rape Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe