Advertisment

ମେଡିକାଲ ଭିତରେ ୩ ଯୁବକଙ୍କୁ ଛୁରା ମାଡ଼

ବଡପଡ଼ାର ଟିଙ୍କୁ ବାଗ, ପାର୍ଥ ବାଗ ଓ ତରୁଣ ନାଏକ ଆଜି ସକାଳେ ଭବାନୀପାଟଣା ମେଡ଼ିକାଲ୍‌କୁ ଆସିଥିଲେ। ସେଠାରେ ସେମାନଙ୍କୁ ଛୁରା ମାଡ଼ କରିଥିଲେ ଶିବାନନ୍ଦ ରାଉତ। ଫଳରେ ୩ ଯୁବକ ଗୁରୁତର ଆହତ ହୋଇଛନ୍ତି।

author-image
Manoranjan Sial
Kalahindi

Kalahindi

ମେଡ଼ିକାଲ୍‌କୁ ଚିକିତ୍ସା ହେବାକୁ ଆସିଥିଲେ। ହେଲେ ଛୁରା ମାଡ଼ରେ ଶିକାର ହେଲେ। ଛୁରା ମାଡ଼ରେ ୩ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆଜିଏପରି ଘଟଣା କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ମେଡ଼ିକାଲ୍‌ରେ ଭଟିଛି।

Advertisment

ବଡପଡ଼ାର ଟିଙ୍କୁ ବାଗ, ପାର୍ଥ ବାଗ ଓ ତରୁଣ ନାଏକ ଆଜି ସକାଳେ ଭବାନୀପାଟଣା ମେଡ଼ିକାଲ୍‌କୁ ଆସିଥିଲେ। ସେଠାରେ ସେମାନଙ୍କୁ ଛୁରା ମାଡ଼ କରିଥିଲେ ଶିବାନନ୍ଦ ରାଉତ। ଫଳରେ ୩ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମେଡ଼ିକାଲ୍‌ରେ ଚିକିତ୍ସା ଚାଲିଛି। ଏନେଇ ଅଭିଯୋଗ ହେବା ପରେ ଟାଉନ୍‌ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ତେବେ କେଉଁ କାରଣରୁ ଏଭଳି ଆକ୍ରମଣ ଘଟିଲା, ତାହା ସ୍ପଷ୍ଟ ହୋଇ ପାରିନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତଚଳାଇଛି।ଅନ୍ୟପକ୍ଷରେ ଛୁରା ମାଡ଼ କରିଥିବା ଯୁବକଙ୍କ ପତ୍ତା ପାଉନି ପୁଲିସ୍‌।

ରିପୋର୍ଟ-ଭାବନୀପାଟଣାରୁ ରାଜକୁମାର ସିଂହଦେଓ

Crime Kalahandi