Advertisment

ରାଜଧାନୀରେ ମାତିଛନ୍ତି ତଣ୍ଟିଚିପା ଗ୍ୟାଙ୍ଗ, ମହିଳାଙ୍କୁ କରୁଛନ୍ତି ଟାର୍ଗେଟ୍‌

ଦୁର୍ବୃତ୍ତମାନେ ଏକ କପଡା ଜରିଆରେ ମହିଳାଙ୍କ ତଣ୍ଟି ଚିପିବାକୁ ଉଦ୍ୟମ କରିଥିଲେ।

author-image
Madhupriya Mistry
Robber strangulates woman

Robber strangulates woman

ରାଜଧାନୀରେ ଚାଞ୍ଚଲ୍ୟ। ମାତିଛନ୍ତି ତଣ୍ଟିଚିପା ଗ୍ୟାଙ୍ଗା। ଦିନ ହେଉ ଅବା ରାତି, ମହିଳାଙ୍କୁ କରୁଛନ୍ତି ଟାର୍ଗେଟ୍‌। ଭିନ୍ନ ଉପାୟରେ ଲୁଟି ନେଉଛ ଟଙ୍କା ଗହଣା। ଏକୁଟିଆ ଦେଖି କରୁଛନ୍ତି ଆକ୍ରମଣ।

Advertisment

ଦେଶର ରାଜଧାନୀ ଦିଲ୍ଲୀର ଦ୍ୱାରକା ନଗରରୁ ତଣ୍ଟିଚିପା ଗ୍ୟାଙ୍ଗଙ୍କ କାରନାମା ସାମ୍ନାକୁ ଆସିଛି। ଉତ୍ତମ ନଗରେ ଜଣେ ଏକୁଟିଆ ଯାଉଥିବା ମହିଳାଙ୍କ ଉପରେ ଏହି ଗ୍ୟାଙ୍ଗ ଆକ୍ରମଣ କରିଛି। ମହିଳାଙ୍କ ନିକଟରୁ ଦୁର୍ବୃତ୍ତମାନେ ତାଙ୍କ ପର୍ସ, ମୋବାଇଲ୍‌ ଓ ଟଙ୍କା ଲୁଟି ନେଇଛନ୍ତି।

ଜାନୁଆରୀ ୬ ତାରିଖରେ ଏହି ଘଟଣା ଘଟିଛି। ସକାଳ ସାଢ଼େ ୬ଟାରେ ଜଣେ ମହିଳା ରାସ୍ତାରେ ଯାଉଥିଲେ। ଥଣ୍ଡା ଯୋଗୁ ସକାଳୁ ଅଧିକ ଆଳୁଆ ହୋଇନଥିଲା। ଏହାର ସୁଯୋଗ ନେଇ ତଣ୍ଟିଚିପା ଗ୍ୟାଙ୍ଗର ସଦସ୍ୟମାନେ ଉକ୍ତ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ।

Advertisment

ଦୁର୍ବୃତ୍ତମାନେ ଏକ କପଡା ଜରିଆରେ ମହିଳାଙ୍କ ତଣ୍ଟି ଚିପିବାକୁ ଉଦ୍ୟମ କରିଥିଲେ। ପରେ ମହିଳା ଜଣକ ତଳେ ପଡିଯିବାରୁ ତାଙ୍କ ଠାରୁ ପର୍ସ, ମୋବାଇଲ ଓ ଟଙ୍କା ନେଇ ପେରାର ହୋଇ ଯାଇଥିଲେ। ଏହି ପୂରା ମାମଲାର ଭିଡିଓ ସିସିଟିଭିରେ କଏଦ୍‌ ହୋଇଛି। ଏହି ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହେବାରେ ଲାଗିଛି।

ଏହି ମାମଲାରେ ପୁଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମନାଙ୍କ ନିକଟରୁ ଲୁଟ୍‌ ହୋଇଥିବା ଜିନିଷ ଜବତ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

Throat Gang Crime News Delhi