Advertisment

ବାପପୁଅଙ୍କୁ ଏସିଡ୍ ମାଡ଼, କାରଣ ଖୋଜୁଛି ପୁଲିସ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେମାନଙ୍କ ଉପରେ ଏସିଡ ଫିଙ୍ଗିଥିବା SDPO ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Acid attack

Acid attack

Advertisment

ଫୁଲବାଣୀରେ ଏସିଡ ଆଟାକ୍। ଟାଉନ ଥାନା ଅନ୍ତର୍ଗତ ଶଶୀ ପାନ ଦୋକାନ ଛକରେ ଏଭଳି ଘଟଣା। ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ବାପା, ପୁଅ ଏବଂ ଜଣେ ଯୁବକ ଅଛନ୍ତି। ଏସିଡ ଆକ୍ରମଣକାରୀକୁ ସ୍ଥାନୀୟ ଲୋକ କାବୁ କରି ମାଡ଼ ମାରିବାରୁ ସେ ମଧ୍ୟ ଆହତ ହୋଇଛି। ଏ ସମସ୍ତେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମେଡିକାଲରେ ଟାଉନ ଥାନା ପୁଲିସ ଓ ଫୁଲବାଣୀ SDPO ପହଞ୍ଚି ତଦନ୍ତ କରୁଛନ୍ତି।

Advertisment

ଏସିଡରେ ମାଡ଼ରେ ଆହତ ହୋଇଥିବା ବାପାଙ୍କ ନାମ ଚନ୍ଦ୍ର ମହାନ୍ତି, ପୁଅଙ୍କ ନାମ ସୁରଜ ମହାନ୍ତି ଏବଂ ତାଙ୍କ ସାଙ୍ଗ ରାକେଶ ମିଶ୍ର। ଏସିଡ ଫିଙ୍ଗିଥିବା ବ୍ୟକ୍ତିଙ୍କ ନାମ ହେଉଛି ପ୍ରମୋଦ ସାହୁ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ସୁରଜ ଓ ରାକେଶ ବସିଥିବା ବେଳେ ହଠାତ ପ୍ରମୋଦ ସାହୁ ଗୋଟିଏ ଢାଳରେ ଏସିଡ ଆଣି ସୁରଜର ମୁହଁକୁ ଫିଙ୍ଗିଥିଲା। ସେଥିରୁ କିଛି ଏସିଡ ରାକେଶ ଉପରେ ମଧ୍ୟ ପଡ଼ିଥିଲା। ସୁରଜର ବାପା ଚନ୍ଦ୍ର ମହାନ୍ତି ଏହି ଖବର ଶୁଣି ସେଠାକୁ ଆସିବାରୁ ପ୍ରମୋଦ ସାହୁ ତାଙ୍କ ଉପରକୁ ମଧ୍ୟ ଏସିଡ ଫିଙ୍ଗିଥିଲା।

Advertisment

ସ୍ଥାନୀୟ ଲୋକ ଅଭିଯୁକ୍ତ ପ୍ରମୋଦ ସାହୁକୁ କାବୁ କରି ପୁଲିସ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ପ୍ରମୋଦ ସାହୁକୁ ଧରିବା ସହିତ ସମସ୍ତଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ତେବେ ସମସ୍ତେ ଗୁରୁତର ଭାବେ ଚିକିତ୍ସତ ହେଉଛନ୍ତି। 

ତେବେ ପ୍ରମୋଦ ସାହୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେମାନଙ୍କ ଉପରେ ଏସିଡ ଫିଙ୍ଗିଥିବା SDPO ସୂଚନା ଦେଇଛନ୍ତି। 

Acid Attack Phulbani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe