Advertisment

ଜମିବାଡ଼ି ବିବାଦ ନେଲା ଉଗ୍ର ରୂପ; ବାପପୁଅକୁ ଏସିଡ୍‌ ମାଡ଼

ପୁଲିସ ଅଭିଯୁକ୍ତ ସନ୍ତୋଷ ମହାରଣାକୁ ଅଟକ ରଖି ପଚରାଉଚରା କରୁଛି।

author-image
Tapaswini Nayak
Acid attack

Acid attack

ଜମିବାଡ଼ି ବିବାଦ ନେଲା ଉଗ୍ର ରୂପ। ବାପାପୁଅକୁ ଏସିଡ ମାଡ଼ କଲେ ପଡ଼ୋଶୀ। ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ଗୋମୁଣ୍ଡିଆ ପଞ୍ଚାୟତ ଉଆସପଦର ଗାଁରେ। ଆହତ ଅଧିକାରୀ ତରେଇ ଓ ରାଜେନ୍ଦ୍ର ତରେଇଙ୍କୁ ଭୁବନେଶ୍ୱ ଏମ୍ସରେ ଭର୍ତ୍ତି କରାଯାଇଛି। ପୁଲିସ ଅଭିଯୁକ୍ତ ସନ୍ତୋଷ ମହାରଣାକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଜମିବାଡ଼ିକୁ ନେଇ ସନ୍ତୋଷ ଓ ଅଧିକାରୀଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଆଜି ସକାଳେ ଏହି ବିବାଦ ଉଗ୍ର ରୂପ ନେଇଥିଲା। ଆଜି ସକାଳେ ଅଧିକାରୀ ଓ ରାଜେନ୍ଦ୍ର ନିଜ ଘରର ବାରିପଟେ ଜମିରେ କାମ କରୁଥିଲେ। ଏହି ସମୟରେ ସନ୍ତୋଷ ସେଠାରେ ପହଞ୍ଚି ଏସିଡ ମାଡ଼ କରିଥିଲେ।। ପରେ ଘଟଣାସ୍ଥଳରୁ ଚମ୍ପଟ ମରିଥିଲେ।

ପରିବାର ଲୋକେ ବାପ ଓ ପୁଅକୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ସନ୍ତୋଷଙ୍କୁ ଅଟକ ରଖି ପଚରାଉଚରା କରୁଛି

Advertisment
Bhubaneswar Acid Attack