Acid attack
ଜମିବାଡ଼ି ବିବାଦ ନେଲା ଉଗ୍ର ରୂପ। ବାପାପୁଅକୁ ଏସିଡ ମାଡ଼ କଲେ ପଡ଼ୋଶୀ। ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ଗୋମୁଣ୍ଡିଆ ପଞ୍ଚାୟତ ଉଆସପଦର ଗାଁରେ। ଆହତ ଅଧିକାରୀ ତରେଇ ଓ ରାଜେନ୍ଦ୍ର ତରେଇଙ୍କୁ ଭୁବନେଶ୍ୱ ଏମ୍ସରେ ଭର୍ତ୍ତି କରାଯାଇଛି। ପୁଲିସ ଅଭିଯୁକ୍ତ ସନ୍ତୋଷ ମହାରଣାକୁ ଅଟକ ରଖି ପଚରାଉଚରା କରୁଛି।
ଜମିବାଡ଼ିକୁ ନେଇ ସନ୍ତୋଷ ଓ ଅଧିକାରୀଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଆଜି ସକାଳେ ଏହି ବିବାଦ ଉଗ୍ର ରୂପ ନେଇଥିଲା। ଆଜି ସକାଳେ ଅଧିକାରୀ ଓ ରାଜେନ୍ଦ୍ର ନିଜ ଘରର ବାରିପଟେ ଜମିରେ କାମ କରୁଥିଲେ। ଏହି ସମୟରେ ସନ୍ତୋଷ ସେଠାରେ ପହଞ୍ଚି ଏସିଡ ମାଡ଼ କରିଥିଲେ।। ପରେ ଘଟଣାସ୍ଥଳରୁ ଚମ୍ପଟ ମରିଥିଲେ।
ପରିବାର ଲୋକେ ବାପ ଓ ପୁଅକୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ସନ୍ତୋଷଙ୍କୁ ଅଟକ ରଖି ପଚରାଉଚରା କରୁଛି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1702275593.jpg)