Nuapada
ବାଘଛାଲ ଡିଲ୍ ବେଲେ ମାଡ଼ିବସିଲା ବନ ବିଭାଗ। ୨ଟି ବାଘଛାଲ ଜବତ କରିବା ସହ ୭ ଜଣଙ୍କୁ ଗିରଫ କଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳର ୨ଟି ପୃଥକ ପୃଥକ ସ୍ଥାନରୁ ଏହି ବାଘଛାଲ ଜବତ ହୋଇଛି।
Advertisment
ସୂଚନା ଅନୁସାରେ ଖଡ଼ିଆଳର ଗୋଟିଏ ହୋଟେଲରେ ବାଘଛାଲ ଡିଲ୍ ଚାଲିଥିଲା। ଏହି ସମୟରେ କୌଣସି ସୁତ୍ରରୁ ଖବର ପାଇ ବନ ବିଭାଗ ଅତର୍କିତ ଚଢାଉ କରିଥିଲା। ଚଢାଉ ବେଳେ ଗୋଟିଏ ବାଘଛାଲ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା।
ସେଇଭଳି ଖଡ଼ିଆଳ-କୋମନା ରାସ୍ତାର ବଡ଼ପୋଲ ବସଷ୍ଟାଣ୍ଡରେ ଚଢାଉ କରି ଆଉ ଗୋଟିଏ ବାଘଛାଲ ସହ ୪ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ। ଗିରଫ ଅଭିଯୁକ୍ତମାନେ ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାର ହୋଇଥିବା ବେଳେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ଖଡିଆଳ ଏସିଏଫ୍ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
