Collector Office
ବାତ୍ୟା ‘ଦାନା’ ଡ୍ୟୁଟିରେ ଖିଲାପ କରି ନିଲମ୍ୱିତ ହୋଇଛନ୍ତି ଜଣେ ରେଭିନ୍ୟୁ ସୁପରଭାଇଜର। ତାଙ୍କ ନାଁ ବିକାଶ କୁମାର ଦାସ। ସେ ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲରେ ଅବସ୍ଥାପିତ ହୋଇଥିଲେ।
ବାତ୍ୟା ‘ଦାନା’ ଡ୍ୟୁଟି ସମୟରେ ମଦ୍ୟପାନ, ଦୁର୍ବ୍ୟବହାର ଓ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅବମାନନା ପାଇଁ ତାଙ୍କ ବିରୋଧରେ ଏହି କାର୍ଯ୍ୟନୁଷ୍ଠାନ ନେଇଛନ୍ତି ଭଦ୍ରକ ଜିଲ୍ଲାପାଳ। ନିଲମ୍ବନ ଅବଧି ସମୟରେ ତାଙ୍କୁ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିନା ଅନୁମତିରେ ସେ ମୁଖ୍ୟାଳୟ ନ ଛାଡ଼ିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି।
ବାତ୍ୟା ଦାନାର ମୁକାବିଲା ସମୟରେ ନିଜ ଦାୟିତ୍ୱରେ ଖିଲାପ କରିବା ସହ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗରେ ପୂର୍ବରୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ୪ ଜଣ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ୩ ଜଣ ପିଇଓ ଏବଂ ଜଣେ ଆରଆଇ ଅଛନ୍ତି।
ରିପୋର୍ଟ- ଭଦ୍ରକରୁ ପାର୍ଥ ସାରଥୀ ନାୟକ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1730121696.jpg)