Advertisment

ଟିଣ୍ଡର୍ ଆପରୁ ଡେଟିଂ; ଯୁବକଙ୍କୁ ଚକମା ଦେଇ ଲକ୍ଷେ ୨୧ ହଜାର ଟଙ୍କା ଲୁଟି ନେଲେ ଯୁବତୀ

ଯେତେବେଳେ ପୁଲିସ ଯୁବତୀଙ୍କ ସନ୍ଧାନ ପାଇଥିଲା, ସେ ସେତେବେଳେ ଅନ୍ୟ ଜଣେ ଯୁବକଙ୍କ ସହ ଡେଟରେ ଥିଲେ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ସୋଶାଲ ମିଡିଆରେ ଡେଟିଂ ଓ ବିବାହ ଆପ୍ ଶିକ୍ଷିତ ଯୁବପିଢିଙ୍କୁ ବି ମାୟା ଜାଲରେ ଛନ୍ଦି ଦେଉଛି। ଏହି ଆପ୍ ଫାନ୍ଦରେ ଫସି ଜଣେ ସିଭିଲ୍ ସର୍ଭିସ୍ ଆଶାୟୀ ଲକ୍ଷେ କୋଡ଼ିଏ ହଜାର ଟଙ୍କା ଗଣିଛନ୍ତି। ମାତ୍ର ଏକ ହଜାର ଟଙ୍କାର ଖାଦ୍ୟ ପାଇଁ କାହିଁକି ତାଙ୍କୁ ଏତେ ଟଙ୍କା ଦେବାକୁ ପଡିଲା, ଜାଣନ୍ତୁ ପୂରା ଘଟଣାକ୍ରମ...

Advertisment

ପୁଲିସ ଯୁବକଙ୍କ ନାମ ଗୋପନ ରଖି କହିଛି ଯେ, ଉକ୍ତ ଯୁବକ ଜଣକ ଟିଣ୍ଡର୍ ଆପ୍ ଯୋଗେ ବର୍ଷା ନାମକ ଜଣେ ଯୁବତୀଙ୍କୁ ଭେଟିଥିଲେ। ଜୁନ୍ 23ରେ ବର୍ଷାଙ୍କ ଜନ୍ମଦିନ ପାର୍ଟି ମନାଇବା ପାଇଁ ଦିଲ୍ଲୀ ବିକାଶ ମାର୍ଗରେ ଥିବା ବ୍ଲାକ୍ ମିରର୍ କାଫେକୁ ଯାଇଥିଲେ। ସେଠାରେ ଉଭୟ କିଛି ଖାଇବା ଅର୍ଡର୍ କରିଥିଲେ। 

କିଛି ସ୍ନାକ୍ସ, ଦୁଇଟି କେକ୍ ଏବଂ ଅଣମଦ୍ୟପ(non-alcoholic) ପାନୀୟ  ଅର୍ଡର୍ କରିଥିଲା। ଏହି ସମୟ ମଧ୍ୟରେ ବର୍ଷା କିଛି ପାରିବାରିକ ଜରୁରୀ କାର୍ଯ୍ୟ ଥିବା ଦର୍ଶାଇ କାଫେରୁ ଚାଲି ଯାଇଥିଲେ। ଏହାପରେ ଯୁବକଙ୍କ ନିକଟକୁ ବିଲ୍ ଆସିଥିଲା, ଯାହାକୁ ଦେଖି ସେ ତାଜୁବ ହୋଇ ଯାଇଥିଲେ।

Advertisment

ମାତ୍ର ହଜାରେ ଟଙ୍କାର ଖାଦ୍ୟପେୟ ପରିବର୍ତ୍ତେ ତାଙ୍କୁ ଦେବାକୁ କୁହା ଯାଇଥିଲା ୧,୨୧,୯୧୭.୭୦ ଟଙ୍କା। ସେ ଏଥିରେ ପ୍ରତିବାଦ କରିବାରୁ ତାଙ୍କୁ ଧମକ ଦିଆ ଯାଇଥିଲା। ଫଳରେ ସେ ସେଠାରେ ବିଶେଷ ଯୁକ୍ତିତର୍କ ନ କରି ଅକ୍ଷୟ ପହୱା ନାମକ ଜଣେ ୩୨ ବର୍ଷୀୟ କାଫେ ମାଲିକଙ୍କୁ ଅନଲାଇନ୍ ପେମେଣ୍ଟ କରିଥିଲେ। 

ସେଠାରୁ ଖସି ଆସିବା ପରେ ପୁଲିସକୁ ପୂରା ଘଟଣା ଜଣାଇଥିଲେ ଯୁବକ। ପୁଲିସ ତଦନ୍ତ କରି ଏହି ରାକେର୍ଟର ପର୍ଦ୍ଦାଫାସ କରିଛି। ଅନଲାଇନ ଡେଟିଂ ଆପ୍ ସାଇଟ୍ ମାଧ୍ୟମରେ ଏମାନେ ଲୋକଙ୍କୁ ଠକୁଥିବା ପୁଲିସ କହିଛି। ପୁଲିସ କହିଛି ଯେ, ତଦନ୍ତ କରି ଯେତେବେଳେ ଯୁବତୀଙ୍କ ସନ୍ଧାନ ମିଳିଥିଲା ସେ ସେତେବେଳେ Shaadi.com ଜରିଆରେ ମୁମ୍ବାଇର ଜଣେ ଯୁବକଙ୍କ ସହ ଡେଟରେ ଥିଲେ। 

ଉକ୍ତ ଯୁବତୀଙ୍କ ପ୍ରକୃତ ନାଁ ହେଉଛି ଅଫସାନା ପରବୀନା। ସେ ଏକାଧିକ ନାମ ପରିବର୍ତ୍ତନ କରି ସୋଶାଲ ମିଡିଆ ଡେଟିଂ ଆପ୍ ଜରିଆରେ ଅନେକଙ୍କୁ ଜାଲରେ ଫସାନ୍ତି ଏବଂ ସେମାନଙ୍କଠାରୁ ଅର୍ଥ ହଡ଼ପ୍ କରନ୍ତି।

ଏହିପରି ଅନେକ ମାମଲା ସାମ୍ନାକୁ ଆସୁଥିବା ପୁଲିସ କହିଛି। ବିଶେଷ କରି ଦିଲ୍ଲୀ-ଏନସିଆ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଭଳି ମେଟ୍ରୋ ସିଟିରେ ଚାଲିଛି ଏପରି ଠକେଇ। 

ପୁଲିସ ଅଫସାନା ପରବୀନା ଓ ଅକ୍ଷୟ ପହୱାଙ୍କୁ ଗିରଫ କରିବା ସହ ସେମାନଙ୍କ ଫୋନ୍ ଓ କାଫେ ରେଜିଷ୍ଟରକୁ ଜବତ କରିଛି। ମାମଲାର ତଦନ୍ତ ଚାଲିଛି ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।

Arrested accused and police ଗିରଫ ଅଭିଯୁକ୍ତ ଓ ପୁଲିସ
Loot Online Fraud Dating App Tinder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe