Advertisment

ମହିଳା ଯନ୍ତ୍ରୀଙ୍କୁ ଧୋକା ଦେଇ ଜେଲ ଗଲେ ବୈଷୟିକ ପରାମର୍ଶ ଦାତା

ପରବର୍ତ୍ତୀ ସମୟରେ ଅନ୍ୟ ଜଣେ ଯୁବତୀଙ୍କ ସହ ଆଶିଷଙ୍କ ନିର୍ବନ୍ଧ ହୋଇଥିଲା। ଏ ସମ୍ପର୍କରେ ଯନ୍ତ୍ରୀ ମାଡ଼ାମ ଜାଣିଲା ପରେ ପ୍ରେମିକ ପ୍ରବର ଆଶିଷଙ୍କୁ ବିବାହ ପାଇଁ କହିଥିଲେ। ହେଲେ ବିବାହ କରିବାକୁ ମନା କରିଥିଲେ ଆଶିଷ।

ଅଦ୍ୟତନ ହୋଇଛି
Crime

Crime

Advertisment

ବିବାହର ପ୍ରତିଶ୍ରୁତି ଦେଇ ମହିଳା ଯନ୍ତ୍ରୀଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ। ଦୀର୍ଘ ସମୟ ଧରି ଏକାଠୀ ଗୋଟିଏ ରୁମ୍‌ରେ ରହୁଥିଲେ! ହେଲେ ପରବର୍ତ୍ତୀ ସମୟରେ ପ୍ରେମିକାଙ୍କୁ ଧୋକା ଦେଇ ଅନ୍ୟ ଜଣେ ଯୁବତୀଙ୍କ ସହିତ ନିର୍ବନ୍ଧ କରିବା ମହଙ୍ଗା ପଡ଼ିଛି। ଶେଷରେ ଜେଲ ଗଲେ ଟିଟିଲାଗଡ଼ ବ୍ଲକ ବୈଷୟିକ ପରାମର୍ଶ ଦାତା ଆଶିଷ ପାଢୀ।

Advertisment

ଟିଟିଲାଗଡ କ୍ଷୁଦ୍ର ଜଳ ସେଚନ ବିଭାଗରେ ଯନ୍ତ୍ରୀ ଭାବେ କାମ କରୁଥିଲେ ଜଣେ ଆଦିବାସୀ ଯୁବତୀ। ସେହି ସମୟରେ ଟିଟିଲାଗଡ ବ୍ଲକ୍‌ ଅଫିସରେ ବୈଷୟିକ ପରାମର୍ଶ ଦାତା ଭାବେ କାମ କରୁଥିଲେ ଆଶିଷ ପାଢୀ। ଗୋଟିଏ ଅଫିସ୍‌ରେ କାମ କରୁଥିବାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟ ନିକଟର ହୋଇଥିଲେ। ପରବର୍ତ୍ତୀ ସମୟରେ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଆଶିଷ! ଏପରିକି ଉଭୟ ଏକା ସଙ୍ଗେ ରହୁଥିବା ଅଭିଯୋଗ ହୋଇଛି।

ପରବର୍ତ୍ତୀ ସମୟରେ ଅନ୍ୟ ଜଣେ ଯୁବତୀଙ୍କ ସହ ଆଶିଷଙ୍କ ନିର୍ବନ୍ଧ ହୋଇଥିଲା। ଏ ସମ୍ପର୍କରେ ଯନ୍ତ୍ରୀ ମାଡ଼ାମ ଜାଣିଲା ପରେ ପ୍ରେମିକ ପ୍ରବର ଆଶିଷଙ୍କୁ ବିବାହ ପାଇଁ କହିଥିଲେ। ହେଲେ ବିବାହ କରିବାକୁ ମନା କରିଥିଲେ ଆଶିଷ। ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ବିବାହ କରିବେ ନାହିଁ ବୋଲି ଆଶିଷ କହିଥିଲେ। ପରେ ଯନ୍ତ୍ରୀ ମାଡାମ ଏନେଇ ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଆଶିଷ ପାଢୀଙ୍କୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Advertisment

ରିପୋର୍ଟ- ଟିଟିଲାଗଡ଼ରୁ ଅବିନାଶ ନନ୍ଦ

Balangir Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe