Advertisment

ଟିଏମ୍‌ସି ନେତାଙ୍କୁ ଦିନ ଦ୍ୱିପହରେ ଗୁଳି କରି ହତ୍ୟା

ଟିଏମ୍‌ସି ନେତା ସତ୍ୟେନ ଚୌଧୁରୀଙ୍କୁ କିଛି ଦୁର୍ବୃତ୍ତ ବାଇକରେ ଆସି ପଏଣ୍ଟ ବ୍ଲାଙ୍କରେ ଗୁଳିମାଡ଼ କରିଛନ୍ତି।

satyan-chaodhary Shot Dead

satyan-chaodhary Shot Dead

Advertisment

ବିଚ୍‌ ରାସ୍ତାରେ ତୃଣମୂଳ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା। ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲା ବହରାମପୁରରେ ରବିବାର ଦିନ ଦ୍ୱିପହରେ ଏହି ଗୁଳିକାଣ୍ଡ ଘଟିଛି। ଏହାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଛି।

Advertisment

ଲୋକସଭା ନିର୍ବାଚନ ପୂର୍ବରୁ ଜଣେ ସକ୍ରିୟ ଟିଏମ୍‌ସି ନେତା ସତ୍ୟେନ ଚୌଧୁରୀଙ୍କୁ କିଛି ଦୁର୍ବୃତ୍ତ ବାଇକରେ ଆସି ପଏଣ୍ଟ ବ୍ଲାଙ୍କରେ ଗୁଳିମାଡ଼ କରିଛନ୍ତି। ଗୁଳିମାଡ଼ ପରେ ତୁରନ୍ତ ଟିଏମ୍‌ସି ନେତାଙ୍କୁ ଗୁରୁତର ଅବସ୍ଥାରେ ବହରାମପୁର ମୁର୍ସିଦାବାଦ ମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ରବିବାର ଅପରାହ୍ନରେ ଭାକୁଣ୍ଡି ଚାଲଟିଆ ଅଞ୍ଚଳରେ ଥିବା ଏକ ଘରେ ସତ୍ୟେନ କିଛି ଅନୁଗାମୀଙ୍କ ସହ ବସିଥିଲେ। ଏହି ଘର ନିକଟରେ ଏକ ଫ୍ଲାଟ ତିଆରି ହେଉଥିଲା। ଏତିକି ବେଳେ ଏକ ବାଇକରେ ତିନି ଜଣ ଯୁବକ ଆସି ସତ୍ୟେନଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ମିଳିବା ପରେ ତୁରନ୍ତ ପୁଲିସ ଘଟଣାସ୍ଥଲରେ ପହଞ୍ଚିଥିଲା। ଏହାପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ପୁଲିସ ମାମଲା ରୁଜୁ କରି ପୂରା ଘଟଣାର ତଦନ୍ତ ଆରମ୍ଭ କରିଛି। ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ସେ ନେଇ ପୁଲିସ ଛାନଭିନ୍‌ ଜାରି ରଖିଛି। ଲୋକସଭା ନିର୍ବାଚନ ପୂର୍ବରୁ ଏହି ଗୁଳିମାଡ ଘଟଣାକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି। ସୂଚନା ମୁତାବକ, ପୂର୍ବରୁ ସତ୍ୟେନ ଚୌଧୁରୀ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ଘନିଷ୍ଠ ଥିଲେ। କିନ୍ତୁ ପରେ ସେ ଟିଏମ୍‌ସିରେ ଯୋଗ ଦେଇଥିଲେ।

West Bengal TMC TMC Leader Shot Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe