Advertisment

TMC କର୍ମୀଙ୍କୁ ଗୁଳିକରି ହତ୍ୟା

ନିଜ ବାସଭବନ ସମ୍ମୁଖରେ କେହି ଦୁର୍ବୃତ୍ତ ତାଙ୍କୁ ଗୁଳିକରି ହତ୍ୟା କରିଥିବା ପୁଲିସ କହିଛି।

Representative Image

Representative Image

Advertisment

ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଗୁଳିକରି ହତ୍ୟା। ନିଜ ବାସଭବନ ସମ୍ମୁଖରେ କେହି ଦୁର୍ବୃତ୍ତ ତାଙ୍କୁ ଗୁଳିକରି ହତ୍ୟା କରିଥିବା ପୁଲିସ କହିଛି। ଉତ୍ତର ୨୪ ପରଗନା ଜିଲ୍ଲା ସ୍ଥିତ ତାଙ୍କ ବାସଭବନ ସମ୍ମୁଖରେ ଗୁଳି କରାଯାଇଛି। 

Advertisment

ପୁଲିସର କହିବା ଅନୁସାରେ, ମୃତ ଟିଏମସି କର୍ମୀ ହେଉଛନ୍ତି ବିକି ଯାଦବ। ସେ ଗତକାଲି ସନ୍ଧ୍ୟାରେ ତାଙ୍କ ବାସଭବନ ସମ୍ମୁଖରେ ଛିଡା ହୋଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ବିକିଙ୍କ ଉପରକୁ ୯ ରାଉଣ୍ଡ୍ ଗୁଳି ଚାଳନା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଟପରା ଷ୍ଟେଟ୍ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ କହିଛି ଯେ, ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତମାନଙ୍କ ପରିଚାୟ ମିଳିପାରି ନାହିଁ।

Advertisment

କିଛିଦିନ ପୂର୍ବେ ଉତ୍ତର ୨୪ ପରଗନା ଜିଲ୍ଲାର ଏକ ଗ୍ରାମରେ ମଧ୍ୟ ବୋମା ବିସ୍ଫୋରଣ ଘଟିଥିଲା। ଏଥିରେ ଜଣେ ପଞ୍ଚାୟତ ମୁଖିଆ ଗୁରୁତର ଆହତ ହୋଇଥିଲେ। 

TMC Worker Murdered West Bengal Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe