Advertisment

୨୨ ବର୍ଷ ପରେ ବାପାଙ୍କ ହତ୍ୟାକାରୀ ଉପରେ ଗାଡ଼ି ମଡ଼ାଇ ପ୍ରତିଶୋଧ ନେଲା ପୁଅ

ବ୍ୟକ୍ତି ଜଣକ ଯେଉଁଭଳି ଭାବେ ତାଙ୍କ ବାପାଙ୍କୁ ହତ୍ୟା କରିଥିଲା, ଏବେ ୩୦ ବର୍ଷୀୟ ପୁଅ ସେହିଭଳି ଭାବେ ହତ୍ୟାକାରୀକୁ ମାରିଛି।

Murder

Murder

Advertisment

ଦୀର୍ଘ ୨୨ ବର୍ଷ ଧରି ପ୍ରତିଶୋଧର ନିଆଁକୁ ନିଜ ଭିତରେ ପୋଷି ରଖିଥିବା ଜଣେ ଯୁବକ ଶେଷରେ ସଫଳ ହୋଇଛନ୍ତି। ବାପାଙ୍କ ହତ୍ୟାକାଣ୍ଡର ବଦଲା ନେଇଛି ପୁଅ। ବାପାଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଉପରେ ସେ ଦୀର୍ଘ ୨୨ ବର୍ଷ ପରେ ଗାଡ଼ି ମଡ଼ାଇ ହତ୍ୟା କରିଛନ୍ତି। ବ୍ୟକ୍ତି ଜଣକ ଯେଉଁଭଳି ଭାବେ ତାଙ୍କ ବାପାଙ୍କୁ ହତ୍ୟା କରିଥିଲା, ଏବେ ୩୦ ବର୍ଷୀୟ ପୁଅ ସେହିଭଳି ଭାବେ ହତ୍ୟାକାରୀକୁ ମାରିଛି।

Advertisment

ଗୁଜରାଟର ଅହମଦାବାଦ ଅନ୍ତର୍ଗତ ବୋଡାକଦେବରେ ଏପରି ଏକ ଘଟଣା ଘଟିଛି। ଅକ୍ଟୋବର ୧ରେ ଅହମଦାବାଦ ପୁଲିସ୍‌କୁ ଖବର ମିଳିଥିଲା ଯେ ସାଇକେଲରେ ଯାଉଥିବା ୫୦ ବର୍ଷୀୟ ନାଖତ ସିଂହ ଭାଟିଙ୍କୁ ଗୋଟିଏ ପିକଅପ ଧକ୍କା ଦେବାରୁ ତା’ର ମୃତ୍ୟୁ ହୋଇଛି।

ପୁଲିସ୍‌ ଏହାକୁ ସାଧାରଣ ଦୁର୍ଘଟଣା ମାମଲା ଭାବେ ବିବେଚନା କରିଥିଲା। କିନ୍ତୁ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଭାଟିକୁ ଜାଣିଶୁଣି ଗାଡ଼ି ଚାଳକ ଧକ୍କା ଦେଇ ହତ୍ୟା କରିଥିବା ଜଣାପଡ଼ିଥିଲା।

Advertisment

ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ପୁଲିସ୍‌ ୩୦ ବର୍ଷୀୟ ଗୋପାଲ ସିଂହ ଭାଟି ପାଖରେ ପହଞ୍ଚିଥିଲା। ସେ ଜାଣିଶୁଣି ନାଖତ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ଗୋପାଲଙ୍କ ବାପାଙ୍କୁ ୨୦୦୨ ମସିହାରେ ରାଜସ୍ଥାନରେ ନାଖତ ସମାନ ଶୈଳୀରେ ହତ୍ୟା କରିଥିଲା।

ସେହି ସମୟରେ ଗୋପାଲଙ୍କୁ ମାତ୍ର ୮ ବର୍ଷ ବୟସ ହୋଇଥିଲା। ସେବେଠାରୁ ସେ ପ୍ରତିଶୋଧ ନେବା ଅପେକ୍ଷାରେ ରହିଥିଲେ। ଏବେ ସେ ପ୍ରତିଶୋଧ ନେବାକୁ ସକ୍ଷମ ହୋଇଛନ୍ତି। 

ପୁଲିସ୍‌ର କହିକା କଥା ଥାଲତେଜ ଅଞ୍ଚଳର ନାଖତ ହେଉଛି ରାଜସ୍ଥାନର ଜୈସାଲମେରର ମୂଳବାସିନ୍ଦା। ୨୦୦୨ରେ ଗୋପାଲଙ୍କ ବାପା ହରି ସିଂହ ଭାଟି ରାଜସ୍ଥାନରେ ଗୋଟିଏ ଟ୍ରକ୍‌ ଧକ୍କାରେ ପ୍ରାଣ ହରାଇଥିଲେ। ଏହି ଘଟଣାରେ ନାଖତ ଓ ତା’ର ୪ ଭାଇ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସମସ୍ତଙ୍କୁ ୭ ବର୍ଷ ଲେଖାଏ ଜେଲଦଣ୍ଡ ମିଳିଥିଲା।

ହେଲେ ଏହି ଜେଲ ଦଣ୍ଡରେ ଗୋପାଲ ସନ୍ତୁଷ୍ଟ ହୋଇ ନଥିଲେ। ସେ ବାପାଙ୍କ ହତ୍ୟାକାରୀଙ୍କୁ ଉଚିତ ଜବାବ ଦେବାକୁ ପଣ କରିଥିଲେ। ଏସବୁ ଭିତରେ ୨୨ ବର୍ଷ ବିତି ଯାଇଥିଲା। ହେଲେ ଗୋପାଲଙ୍କର ରାଗ କମ ହୋଇ ନଥିଲା।

ଜେଲରୁ ବାହାରିବା ପରେ ନାଖତ ଥାଲତେଜ କଲୋନୀରେ ରହିବା ସହ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରୁଥିଲା। ମଙ୍ଗଳବାର ମଧ୍ୟାହ୍ନ ସମୟରେ ସେ ସାଇକେଲରେ ଯାଉଥିବା ବେଳେ ଗୋପାଲ ସୁଯୋଗ ଦେଖି ତା’ ଉପରେ ଗୋଟିଏ ପିକଅପ ଟ୍ରକ ଚଢ଼ାଇ ଦେଇଥିଲା।

ଘଟଣା ପରେ ଗୋପାଲ ଫେରାର ହେବାକୁ ଚେଷ୍ଟା କରିଥିଲେ ହେଁ ପୁଲିସ୍‌ ହାତରେ ଧରାପଡ଼ି ଯାଇଥିଲେ। ପ୍ରଥମେ ବେପରୁଆ ଗାଡ଼ି ଚଳାନା ପାଇଁ ମୃତ୍ୟୁ ନେଇ ଗୋଟିଏ ମାମଲା ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା।

ଇନସପେକ୍ଟର ଏସଏ ଗୋହଲି କହିଛନ୍ତି, ତଦନ୍ତରୁ ଜଣାପଡ଼ିଛି ଯେ ଗୋପାଲ ଗତ ସପ୍ତାହରେ ବାଂସକାଣ୍ଠାରୁ ଉକ୍ତ ପିକଅପ ଭ୍ୟାନକୁ ୮ ଲକ୍ଷ ଟଙ୍କା ଦେଇ ଆଣିଥିଲେ। ସେ ନଗଦ ୧.୨୫ ଲକ୍ଷ ଦେଇଥିବା ବେଳେ ବାକି ଟଙ୍କା ଗୋଟିଏ ବ୍ୟାଙ୍କରୁ ଲୋନରେ ଉଠାଇଥିଲେ। ଗୋପାଲଙ୍କ ମୋବାଇଲ ରେକର୍ଡରୁ ଜଣାପଡ଼ିଛି ଯେ ସେ ଗୋଟିଏ ସପ୍ତାହ ହେଲାଣି ନାଖତର ପିଛା କରୁଥିଲେ। ହତ୍ୟାକାଣ୍ଡ ପୂର୍ବରୁ ସେ ତା’ର ଗତିବିଧି ଉପରେ ମଧ୍ୟ ନଜର ରଖିଥିଲେ। ଗୋପାଲ ଓ ନାଖତ ପରିବାର ମଧ୍ୟରେ ଦୀର୍ଘ ବର୍ଷର ଶତ୍ରୁତା ରହିଥିଲା।

ନାଖତଙ୍କ ଜୈସଲାମେରର ବାଡୋଡା ଗାଁରେ ହୋଇଥିବା ବେଳେ ଗୋପାଲଙ୍କର ମୂଳଘର ଅଜାସରରେ। ଏହି ଦୁଇ ଗାଁ ମଧ୍ୟରେ ଶତ୍ରୁତା ରହିଛି। ଦୁଇ ଗାଁର ଲୋକ ପରସ୍ପର ସହ କଥା ହୁଅନ୍ତି ନାହିଁ। ଅନେକ ଥର ସେମାନଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ଚେଷ୍ଟା ହୋଇଥିଲେ ହେଁ କିଛି ବି ଲାଭ ମିଳେନି।

ଗୋପାଲଙ୍କୁ ୮ ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିଲା। ପିଲାଟି ବେଳୁ ବାପାଙ୍କ ହତ୍ୟାକାରୀ ସମ୍ପର୍କରେ ଶୁଣିଶୁଣି ସେ ବଡ଼ ହୋଇଥିଲେ। ଏବେ ସେ ବୋଡାକଦେବ ଠାରେ ବାପାଙ୍କ ହତ୍ୟାକାରୀକୁ ହତ୍ୟା କରିଛନ୍ତି ବୋଲି ସେ କହିଛନ୍ତି।

Murder Rajasthan Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe