Advertisment

ବୋହୂ ଉପରେ ଆଖି ପକେଇଥିଲେ ଶ୍ୱଶୁର, ତଣ୍ଟି କାଟି ମାରିଦେଲେ ଶାଶୁ

ପୁତ୍ରବଧୂ ସହ ଖରାପ ସମ୍ପର୍କ ରଖିବାକୁ ଲାଳାୟିତ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ନିଜ ବୋହୂ ଉପରେ ବାରମ୍ୱାର କୁଦୃଷ୍ଟି ପକାଇବାରୁ ସ୍ୱାମୀର ତଣ୍ଟି କାଟି ହତ୍ୟା କରିଛନ୍ତି ଜଣେ ମହିଳା।

ଅଦ୍ୟତନ ହୋଇଛି
Representational Pic

Representational Pic

Advertisment

ପୁତ୍ରବଧୂ ସହ ଖରାପ ସମ୍ପର୍କ ରଖିବାକୁ ଲାଳାୟିତ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ନିଜ ବୋହୂ ଉପରେ ବାରମ୍ୱାର କୁଦୃଷ୍ଟି ପକାଇବାରୁ ସ୍ୱାମୀର ତଣ୍ଟି କାଟି ହତ୍ୟା କରିଛନ୍ତି ଜଣେ ମହିଳା। ଏପରି ଏକ ଜଘନ୍ୟ କାଣ୍ଡ ଘଟିଛି ଉତ୍ତରପ୍ରଦେଶରେ। ବୋହୂ ତଦନ୍ତର ୧୫ ଦିନ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ।

Advertisment

ପୁଲିସର କହିବା ଅନୁସାରେ, ଅଗଷ୍ଟ ୧୪ରେ ଖେଳଣା ବ୍ୟବସାୟୀ ତେଜେନ୍ଦ୍ର ସିଂ(୪୩)ଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା। ଘର ଅଗଣାରେ ଶୋଇଥିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଘରେ ପଶି ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ କରିଥିଲେ ପରିବାର ଲୋକ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। କିନ୍ତୁ ପୁଲିସର ସନ୍ଦେହରେ ଥିଲେ ପରିବାର ଲୋକ।

ତେଜେନ୍ଦ୍ରଙ୍କ ପତ୍ନୀ ମିଥିଲେଶ ଦେବୀ ମଧ୍ୟ ବାରମ୍ୱାର ତାଙ୍କ ବୟାନ୍ ବଦଳାଉଥିଲେ। ତେଣୁ ତାଙ୍କୁ ଥାନାକୁ ନିଆଯାଇ ଜେରା କରାଯାଇଥିଲା। ଏହି ସମୟରେ ସେ ସବୁ ସତ ମାନିଯାଇଛନ୍ତି। ମିଥିଲେଶ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କର ୧୯ ବର୍ଷିୟା ବୋହୂ ଉପରେ ଖରାପ ଦୃଷ୍ଟି ଥିଲା। ତାଙ୍କ ସ୍ୱାମୀ ତାଙ୍କୁ ବାରମ୍ବାର ମାଡ଼ ମାରୁଥିଲେ ଏବଂ ବୋହୂକୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନାଇବା ପାଇଁ ବାଧ୍ୟ କରୁଥିଲେ।

Advertisment

ବୋହୂକୁ ବଞ୍ଚାଇବା ପାଇଁ ସ୍ୱାମୀର ଗଳାକାଟି ହତ୍ୟା କରିଥିବା କହିଛନ୍ତି ମିଥଲେଶ। ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଅସ୍ତ୍ର ଜବତ କରିବା ସହ ମିଥିଲେଶଙ୍କୁ ଆଇପିସିର ଦଫା ୩୦୨ ଅନୁସାରେ ଗିରଫ କରି କୋର୍ଟ ଚାଲାଣ କରିଛି। 

MURDER CASE Crime News Murder News Wife Murdered Husband
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe