Advertisment

ଲମତାପୁଟରେ ବେଆଇନ୍‌ ଭାବେ ଚାଲିଥିଲା ଗୁଟ୍‌ଖା କାରଖାନା

ବେଆଇନ୍‌ ଭାବେ ଗୁଟ୍‌ଖା କମ୍ପାନୀ ଚଲାଇବା ଅଭିଯୋଗରେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢଉ କରି ୩ ଜଣଙ୍କୁ ପୁଲିସ ଗିରଫ କରିଛି। କେତେ ଦିନ ଧରି ବେଆଇନ୍‌ ଭାବେ ଗୁଟ୍‌ଖା କାରଖାନା ଚାଲିଥିଲା, ତାହା ଜଣାପଡ଼ି ନାହିଁ। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

Koraput

Koraput

Advertisment

ବେଆଇନ୍‌ ଭାବେ ଚାଲୁଥିଲା ଗୁଟ୍‌ଖା କମ୍ପାନୀ। ଏମିତି ଖବର କଟକ, ଭୁବନେଶ୍ୱର ପରି ବଡ଼ ବଡ଼ ଟାଉନ୍‌ରେ ପୂର୍ବରୁ ଶୁଣିବାକୁ ମିଳୁଥିଲା। ହେଲେ ଆଜି କୋରାପୁଟ୍‌ ଜିଲ୍ଲା ଲମତାପୁଟରେ ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର। ଦିନେ ଯେଉଁ ଅଞ୍ଚଳ ନକ୍ସଲ ପ୍ରବଣ ଭାବେ ପରିଚିତ ଥିବା, ସେଠି ଆଜି ବେଆଇନ୍‌ ଭାବେ ଗୁଟ୍‌ଖା କମ୍ପାନୀ ଚାଲୁଥିଲା। ପୁଲିସ୍‌ ଚଢ଼ଉ କରି ପର୍ଯ୍ୟାପ୍ତ ପରିମାଣର ଗୁଟ୍‌ଖା ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି।

Advertisment

ଲମତାପୁଟରେ ବେଆଇନ୍‌ ଚାଲିଥିଲା ଗୁଟ୍‌ଖା କମ୍ପାନୀ। କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶରେ ସୁନାବେଡା, ନନ୍ଦପୁର ଓ ମାଛକୁଣ୍ଡ ଥାନା ପୁଲିସ୍‌ ମିଳିତ ଭାବେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ପୁଲିସ୍‌ ନଗଦ ୮ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା। ଏଥିସହ ୫୦ରୁ ଅଧିକ ଗୁଟ୍‌ଖା ପେକିଂ ବସ୍ତା ଓ ୭ଟି ଗୁଟ୍‌ଖା ତିଆରି ମେସିନ ଜବତ କରିଛି।

ବେଆଇନ୍‌ ଭାବେ ଗୁଟ୍‌ଖା କମ୍ପାନୀ ଚଲାଇବା ଅଭିଯୋଗରେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢଉ କରି ୩ ଜଣଙ୍କୁ ପୁଲିସ ଗିରଫ କରିଛି। କେତେ ଦିନ ଧରି ବେଆଇନ୍‌ ଭାବେ ଗୁଟ୍‌ଖା କାରଖାନା ଚାଲିଥିଲା, ତାହା ଜଣାପଡ଼ି ନାହିଁ। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଏ ନେଇ ସୂଚନା ଦେଇଛନ୍ତି ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର।

Advertisment

ରିପୋର୍ଟ- ଲମତାପୁଟରୁ ଜଗତ ଜୀବନ

Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe