Tension Situation
ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଠାରେ ଆୟୋଜିତ ‘ଆମ ଓଡ଼ିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ 5Tଟି ଅଧ୍ୟକ୍ଷ ଭି .କେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ଼ ହୋଇଛି। ଟମାଟୋ ମାଡ଼ କରିଥିବା ବ୍ୟକ୍ତି ଜଣକ କଂଗ୍ରେସର ଜଣେ କର୍ମୀ ବୋଲି କୁହାଯାଉଛି। ସଂପୃକ୍ତ ଯୁବଙ୍କ ଘର ବେଲଗୁଣ୍ଠା ବ୍ଲକରେ ବୋଲି ଜଣାଯାଇଛି।
ଅପରାହ୍ଣ ୧୨ଟା ସମୟରେ ପାଣ୍ଡିଆନ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ବେଲଗୁଣ୍ଠାରେ ଓହ୍ଲାଇଥିଲେ। ସେଠାରୁ କାର୍ଯ୍ୟକ୍ରମ ସ୍ଥଳକୁ ଯିବା ବେଳେ ହଠାତ୍ ଜଣେ ଯୁବକ ପଶି ଆସି ତାଙ୍କୁ ଟମାଟୋ ଫିଙ୍ଗିଥିଲେ। ଉପସ୍ଥିତ ସୁରକ୍ଷୀ କର୍ମୀ ଓ ପୁଲିସ ସଂପୃକ୍ତ ଯୁବକଙ୍କୁ କାବୁ କରି ନେଇଥିଲେ। ପରେ ବିଜେଡି କର୍ମୀମାନେ ସଂପୃକ୍ତ ଯୁବକଙ୍କୁ ପୁଲିସ ନିକଟରୁ ଘୋଷାଡି ନେଇ ନିର୍ଧୂମ ମାଡ଼ ମାରିଥିଲେ। ପରେ ପୁଲିସ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିବା ସୂଚନା ରହିଛି।
ଅନ୍ୟପକ୍ଷରେ ପୁଲିସ ଉପସ୍ଥିତିରେ ବିଜେଡି କର୍ମୀମାନେ ସଂପୃକ୍ତ ଯୁବକଙ୍କୁ ଘୋଷାଡ଼ି ମାଡ଼ ମାରିବା ଓ ଗୁଣ୍ଡାଗର୍ଦ୍ଦି କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1708587919.jpg)