Advertisment

'କଳା ବ୍ୟାଗରେ ଅଛି ବୋମା...', ୧୦ ହୋଟେଲକୁ ଧମକ

ଗୁଜରାଟ ପରେ ଲକ୍ଷ୍ନୌର କେତେକ ପ୍ରତିଷ୍ଠିତ ହୋଟେଲକୁ ମିଳିଛି ବୋମା ଧମକ।

ଅଦ୍ୟତନ ହୋଇଛି
Bomb Squad Team

Bomb Squad Team

Advertisment

ଭାରତୀୟ ବିମାନ ପରେ ଗୁଜରାଟର ହୋଟେଲ, ଆଉ ଏବେ ପୁଣି ଲକ୍ଷ୍ନୌର କିଛି ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଛି। ଲକ୍ଷ୍ନୌର ପ୍ରତିଷ୍ଠିତ ୧୦ଟି ହୋଟେଲକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି। ଇମେଲ୍ ଜରିଆରେ ହୋଟେଲଗୁଡ଼ିକୁ ବୋମା ଧମକ ମିଳିଛି। 

Advertisment

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ୩୦ରେ ଏହି ମେଲ୍ ଆସିଥିଲା। Sandyhookchildkilling@outlook.com ମେଲ୍ ଆଇଡିରେ ମେସେଜ୍ ଆସିଥିଲା। ମେଲର ସବଜେକ୍ଟରେ 'ହୋଟେଲରେ ବୋମା' ଲେଖା ଯାଇଥିଲା।

ଏହି ମେଲରେ ଲେଖାଥିଲା, "ହୋଟେଲ୍ ଭିତରେ ଏକ କଳା ବ୍ୟାଗରେ ବୋମା ରହିଛି। ମୁଁ ୫୫,୦୦୦ ଡଲାର ଚାହୁଁଛି, ନଚେତ୍ ବୋମା ବିସ୍ଫୋରଣ କରିଦେବି, ଚାରିଆଡେ ରକ୍ତ ରଞ୍ଜିତ ହୋଇଯିବ। ବୋମାକୁ ପ୍ରତିରୋଧ କରିବାକୁ ଚେଷ୍ଟା କରିବ ତ, ବିସ୍ଫୋରଣ ହେବ। ବଞ୍ଚିବାକୁ ଚାହୁଁଥିଲେ ଏହି ଆଇଡିରେ shaikha.nasser20077@gmail.com ଯୋଗାଯୋଗ କରନ୍ତୁ।"

Advertisment

ହୋଟେଲ୍ କର୍ମଚାରୀ ମେଲ୍ ଦେଖିବା ପରେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ହୋଟେଲଗୁଡିକରେ ପହଞ୍ଚି ସର୍ଚ୍ଚ ଅପରେସନ କରିଛି। ମାତ୍ର ସେପରି କୌଣସି ଆପତ୍ତି ଜନକ ସାମଗ୍ରୀ ପାଇ ନାହିଁ।

ନିକଟରେ ଭାରତୀୟ ବିମାନକୁ ଏପରି ବୋମା ଧମକ ମିଳିବା ପରେ ଏବେ ହୋଟେଲରେ ଆରମ୍ଭ ହୋଇଯାଇଛି। ଗତକାଲି ଗୁଜରାଟର 10ଟି ହୋଟେଲକୁ ବୋମା ଧମକ ମିଳିଥିଲା। ସମାନ ଭାବେ ଇମେଲ୍ ଆଇଡି ଜରିଆରେ ଧମକ ଆସିଥିଲା।

ପ୍ରକାଶ ଥାଉକି, ଭାରତୀୟ ବିମାନକୁ ବୋମା ଧମକ ମିଳିବା ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତକାଲି ପୁଲିସ ତାଙ୍କୁ ଗିରଫ କରିଛି। ମାତ୍ର ହୋଟେଲଗୁଡ଼ିକୁ ଧମକ ମିଳିବାରେ କାହାର ହାତ ରହିଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। 

Bomb Threat Lucknow Hotels
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe